Below header

କରୋନା ଭାଇରସ ପ୍ରେସ କନ୍ଫରେନ୍ସରେ ଜଳାଗଲା ଗୋବର ଘଷି, କଲେଜ ସ୍ଟୁଡେଣ୍ଟ କହିଲେ ଏପରି ହୋଇଥାଏ ବାୟୁ ସ୍ୱଚ୍ଛ

ସରକାରୀ ଆୟୁର୍ବେଦିକ କଲେଜର ଏକ ଟିମ ମହାରାଷ୍ଟ୍ରର ଅସମାନାବାଦ ସହରରେ କରୋନା ଭାଇରସ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ କରାଯାଇଥିବା ପ୍ରେସ କନ୍ଫରେନ୍ସରେ ଗୋବରର ଘଷି ଜଳାଇଥିଲେ । ତେବେ ଜିଲ୍ଳାଧିକାରୀଙ୍କ କହିବା ଅନୁଯାୟୀ ଏହାର ଉଦ୍ଦେଶ୍ୟ ହେଉଛି ଗୋବରର ଘଷି ଜଳାଇବା ଦ୍ୱାରା ବାୟୁ କିପରି ସ୍ୱଚ୍ଛ ହୋଇଯାଇଥାଏ ତାହା ଦେଖାଇବା ।

ଯଦିଓ ଏପରି କାର୍ଯ୍ୟର ପ୍ରେସ କନ୍ଫରେନ୍ସ ସହିତ କୌଣସି ସମ୍ପର୍କ ନଥିଲା । ଏହି ସମ୍ମିଳନୀ ଜିଲ୍ଳାଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା । ଏହି ସମୟରେ ସରକାରୀ ଆୟୁର୍ବେଦିକ କଲେଜର ଏକ ଟିମ ଘରେ କିପରି ବାୟୁକୁ ସ୍ୱଚ୍ଛ ରଖାଯାଇପାରିବ ସେ ବିଷୟରେ ବୁଝାଇଥିଲେ ।

ଜିଲ୍ଳାଧିକାରୀ ଦୀପା ମୁଧ୍ୱଲ ମୁଣ୍ଡେ କହିଥିଲେ ଯେ ବଜାରରେ ମିଳୁଥିବା ଅଗରବତୀ ସ୍ଥାନରେ ଗୋବରର ଘଷି ଏବଂ ଆୟୁର୍ବେଦରେ କୁହାଯାଇଥିବା କିଛି ଅନ୍ୟ ସାମଗ୍ରୀ ମିଶାଇ ଜଳାଇବା ଦ୍ୱାରା ଏହା ବାୟୁକୁ ସ୍ୱଚ୍ଛ ବନାଇବାରେ ସାହାଯ୍ୟ କରିଥାଏ । ଏବଂ ପ୍ରେସ କନ୍ଫରେନ୍ସ ସହିତ ଏହାର କୌଣସି ସମ୍ପର୍କ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.