Below header

ଇଂଲଣ୍ଡରେ ଦ୍ରୁତ ଗତିରେ ବ୍ଯାପୁଛି ନୂଆ ପ୍ରକାରର କରୋନା ଭାଇରସ୍, ଘୋଷଣା କଲେ ବ୍ରିଟିଶ ସ୍ୱାସ୍ଥ୍ୟ ସଚିବ

ଇଂଲଣ୍ଡ: ଇଂଲଣ୍ଡରେ ଦ୍ରୁତ ଗତିରେ ବଢୁଛି ନୂଆ ପ୍ରକାରର କରୋନା ଭାଇରସ୍‌ । ହାଉସ୍‌ ଅଫ୍‌ କମନ୍ସରେ ଏନେଇ ଘୋଷଣା କରିଛନ୍ତି ବ୍ରିଟିଶ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍‌ ହାନ୍‌କକ୍‌ । ଅତି କମ୍‌ରେ ୬୦ଟି ବିଭିନ୍ନ ସ୍ଥାନୀୟ କର୍ତ୍ତୃପକ୍ଷ ନୂତନ ପ୍ରକାରର କୋଭିଡ୍‌ ସଂକ୍ରମଣ ରେକର୍ଡ କରିଛନ୍ତି । ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏନେଇ ଅବଗତ କରାଯାଇଛି ।

mat hancockବ୍ରିଟେନର ବୈଜ୍ଞାନିକମାନେ ଅଧ୍ୟୟନ କରୁଛନ୍ତି । ଦକ୍ଷିଣ ଇଂଲଣ୍ଡରେ ୧୦୦ରୁ ଅଧିକ ମାମଲା ଚିହ୍ନଟ କରାଯାଇଛି । ଏହି ନୂଆ ଭାଇରସ୍‌ ପ୍ରଭାବ କ’ଣ ହେବ ତାହା କହିହେବ ନାହିଁ ବୋଲି କହିଛନ୍ତି ମ୍ୟାଟ୍‌ ହାନ୍‌କକ୍‌ । ଏହି ଭାଇରସ୍‌କୁ ରୋକିବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ଇଂଲଣ୍ଡର ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫେସର କ୍ରିସ୍‌ ଓ୍ଵିଟ୍‌ କହିଛନ୍ତି, ସ୍ୱାବ୍‌ ପରୀକ୍ଷାରୁ ଏହି ନୂଆ ପ୍ରକାରର କରୋନା ଭାଇରସ୍‌ ଚିହ୍ନଟ କରାଯିବ । ଗତ ସପ୍ତାହରେ କେଣ୍ଟ ଓ ପଡୋଶୀ ଅଞ୍ଚଳରେ ଏପରି ଭାଇରସ୍‌ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.