ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଜେଲ୍ ଗଲେ ୪ ଅଭିଯୁକ୍ତ, ଆସନ୍ତାକାଲି ହାଇକୋର୍ଟରେ ମାମଲାର ଶୁଣାଣି

ଭୁବନେଶ୍ବର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜେଲ ଗଲେ ୪ ଅଭିଯୁକ୍ତ । ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ । ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଓଟିଭିର ଦୁଇ ଜଣ କର୍ମଚାରୀ ଓ ଦୁଇ ଜଣ ସିକ୍ୟୁରିଟି ଗାର୍ଡ ।

ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗତକାଲି ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଗତ ଅଗଷ୍ଟ ମାସରେ ଗଣଦୁଷ୍କର୍ମ ନେଇ ଏତଲା ଦେଇଥିଲେ ନାବାଳିକାଙ୍କ ମାଆ । ଆସନ୍ତା ୧୬ ତାରିଖରେ ହାଇକୋର୍ଟରେ ମାମଲାର ଶୁଣାଣି ରହିଛି । ପୂର୍ବରୁ ଶୁଣାଣି ବେଳେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.