Below header

ପୁଣି ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ ସେମାନେ କିଏ?

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନ। ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାୟକ ଓ ମନ୍ତ୍ରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏବେ ପୁଣି ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି ।ଏହି ବିଧାୟକମାନେ ହେଲେ ବିକ୍ରମ ପଣ୍ଡା, ଅଙ୍ଗଦ କହଁର, ସରୋଜ ମେହେର, ଜୟନ୍ତ ଷଡଙ୍ଗୀ ଓ ଭୁଦାନ ମୁର୍ମୁ । ତେବେ ଗତକାଲି ୨୫ ବିଧାୟକଙ୍କ କୋଭିଡ ନମୁନା ପରୀକ୍ଷା ହୋଇଥିଲା । 

ସେପଟେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୬୦ ବର୍ଷରୁ ଉର୍ଦ୍ଧ ବିଧାୟକଙ୍କୁ ବିଧାନସଭା ଅଧିବେଶନରେ ଯୋଗ ଦେବାକୁ ବାରଣ କରାଯାଇଛି। ସେମାନେ ଚାହିଁଲେ ଜିଲ୍ଲା ସଦରମହକୁମାରେ ବସି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଧିବେଶନରେ ଅଂଶ ଗ୍ରହଣ କରିପାରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.