ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୦୪୩ କରୋନା ଆକ୍ରାନ୍ତ, ଖୋର୍ଦ୍ଦା ଜିଲ୍ଲାରୁ ସର୍ବାଧିକ ୪୧୬

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ରାଜ୍ୟରେ କରୋନା ଭାଇରସ ସଂକ୍ରମଣରୁ ୧୦୪୩ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଅଛନ୍ତି ୪୧୬ ଜଣ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା୯ ଲକ୍ଷ ୭୮ ହଜାର ୨୪୦ ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୬୭, ବାଲେଶ୍ୱରରୁ ୫୮, ଜଗତସିଂହପୁରରୁ ୫୭, ପୁରୀରୁ ୪୬, ମୟୂରଭଂଜରୁ ୩୨, କେନ୍ଦ୍ରାପଡ଼ାରୁ ୩୧, ଅନୁଗୁଳରୁ ୨୬, ଭଦ୍ରକରୁ ୨୦ ଓ ସୁନ୍ଦରଗଡ଼ରୁ ୧୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବା ଜଣାଯାଇଛି ।

ସେହିପରି ରାୟଗଡ଼ାରୁ ୧୩, କେନ୍ଦୁଝରରୁ ୧୨, ଢେଙ୍କାନାଳରୁ ୧୦, ନୟାଗଡ଼ରୁ ୯, ନବରଂଗପୁରରୁ ୭, ବଲାଙ୍ଗୀରରୁ ୬, ଗଂଜାମ, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରିରୁ ୫ ଜଣ ଲେଖାଏଁ, ବୌଦ୍ଧରୁ ୩, କଳାହାଣ୍ଡିରୁ ୨, ବରଗଡ଼, ନୂଆପଡ଼ାରୁ ୧-୧ ଏବଂ ରାଜ୍ୟପୁଲରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.