କେନ୍ଦୁଝର : ରଶି ଲଗାଇ ଆତ୍ମହତ୍ୟା କଲେ ଯୁବ ସାମ୍ବାଦିକ

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଘଟଗାଁର ଯୁବ ସାମ୍ବାଦିକ ଦିଲ୍ଲୀପ ମିଶ୍ର ଆତ୍ମହତ୍ୟା କରିଥିବା ଜଣାଯାଇଛି । ଉପରଡିହା ସ୍ଥିତ ନିଜ ଘରେ ସେ ବିଳମ୍ବିତ ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ ଜବତ କରିଛି । କିଛି ଦିନ ହେଲା ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଥିବା ନୋଟରେ ଲେଖା ରହିଛି । ଦିଲ୍ଲୀପ ଜଣେ ମେଳାପୀ ଯୁବକ ଥିଲେ ।

ଦୀର୍ଘ ୧୧ ବର୍ଷ ଧରି ସେ ଏକ ଘରୋଇ ଚ୍ୟାନେଲରେ ଆଞ୍ଚଳିକ ରିପୋର୍ଟର ଭାବେ କାମ କରୁଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କେଉଁ ପରିସ୍ଥିତିରେ କାହିଁକି ସେ ଆତ୍ମହତ୍ୟା କଲେ ଜଣାପଡ଼ିନାହିଁ । ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.