Below header

ଗୋପାଳପୁର ସମୁଦ୍ରରେ ବୁଡ଼ିଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ହୋମ ଗାର୍ଡ

ଭୁବନେଶ୍ୱର (କେନ୍ୟୁଜ୍‌) :  ସ୍ୱାଧୀନତା ଦିବସରେ ସାହସିକତା ପାଇଁ ପୋଲିସ ମେଡାଲ ପ୍ରଦାନ କରାଯାଉଥିବା ବେଳେ ଜଣେ ହୋମଗାର୍ଡ଼ ଆଜି ନିଜର ସାହସିକତା ଦେଖାଇଛନ୍ତି । ଗୋପାଳପୁର ସମୁଦ୍ରରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛନ୍ତି ସେ ।

ଯୁବକ ଜଣକ ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ବେଳେ ଲହଡ଼ିରେ ଭାସିଯାଇଥିଲେ । ଯୁବକ ଜଣକ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ସେଠାରେ ଥିବା ହୋମଗାର୍ଡ ଚିଟି ବାବୁ ସମୁଦ୍ରକୁ ଡେଇଁ ଯୁବକଙ୍କୁ ବଞ୍ଚାଇଥିଲେ ।

drowning -

ଚିଟିବାବୁଙ୍କ ଏହି ସାହସିକ କାର୍ଯ୍ୟ ପାଇଁ ସମସ୍ତେ ସାଧୁବାଦ ଜଣାଇଛନ୍ତି ।  ଖବର ଲେଖାହେବା ଯାଏ ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.