Below header

କ୍ରୋଧର ଅନ୍ତିମ ପରିଣତି, ଲକ୍‌ଡାଉନ୍‌ ବେଳେ ବାହାରକୁ ଗଲେ ବୋଲି ଭାଇକୁ ମାରିଦେଲା ଭାଇ

ଲକ୍‌ଡାଉନ୍‌ବେଳେ ବାହାରକୁ ଗଲେ ବୋଲି ଭାଇକୁ ଭାଇ ମାରିଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଘଟଣାଟି ଘଟିଛି ମହାରାଷ୍ଟ୍ରର କାଣ୍ଡିଭାଲି ଅଞ୍ଚଳରେ । ଅଭିଯୁକ୍ତ ରାଜଲକ୍ଷ୍ମୀ ଠାକୁର ଭାଇ ଦୁର୍ଗେଶଙ୍କୁ ଲକ୍‌ଡାଉନ ସମୟରେ ବାହାରକୁ ଯିବାକୁ ମନା କରିଥିଲେ ।

ମାତ୍ର ଦୁର୍ଗେଶ ତାଙ୍କ କଥା ନମାନି ବାହାରକୁ ଯାଇଥିଲେ । ଘରକୁ ଫେରିବା ପରେ ଏହି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ କ୍ରୋଧ ବଶତଃ ରାଜଲକ୍ଷ୍ମୀ ଭାଇକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆଘାତ କରିଥିଲା ।

ଆହତ ଦୁର୍ଗେଶଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଅଭିଯୁକ୍ତକୁ ପୋଲିସ ଗିରଫ କରି ହାଜତକୁ ପଠାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.