କରୋନା ଲକ୍‌ ଡାଉନ ପାଇଁ ପ୍ରଭାବିତ ହେଉଛନ୍ତି ଦିନ ମଜୁରିଆ, ସହାୟତା ଦେବାକୁ ସରକାରଙ୍କୁ ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

କେନ୍ୟୁଜ୍(ବ୍ୟୁରୋ):କରୋନା ଲକ୍‌ ଡାଉନ ପାଇଁ ପ୍ରଭାବିତ ଦିନ ମଜୁରିଆ, ଶ୍ରମିକ, ନିର୍ମାଣ ଶ୍ରମିକ, କେନ୍ଦୁପତ୍ର ତୋଳାଳି ଜୀବନଜୀବିକା ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବିରୋଧୀ ଦଳ ପ୍ରଦୀପ୍ତ ନାୟକ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୩୦ ଲକ୍ଷ । କାର୍ଯ୍ୟ ବନ୍ଦ ଯୋଗୁଁ ସେମାନେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ସ୍ୱତନ୍ତ୍ର ଦୈନିକ ଭତ୍ତା ବାବଦ ଖର୍ଚ୍ଚ ଦେବାକୁ ପ୍ରସ୍ତାବ ରଖିଛନ୍ତି ପ୍ରଦୀପ୍ତ ନାୟକ । ସେହିପରି କୃଷକଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ରଖିଛନ୍ତି । କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣ ନ ହେବା ଯାଏ ସେମାନଙ୍କ ପରିବାର ପିଛା ମାସିକ ଅତିକମ୍‌ରେ ୮ହଜାର ଟଙ୍କା ଓ ମୁଣ୍ଡ ପିଛା ମାସକୁ ୨ହଜାର ଟଙ୍କାର ଆର୍ଥିକ ସହୟତା ଅସ୍ଥାୟୀ ଭାବେ ଦିଆଯାଉ ବୋଲି କହିଛନ୍ତି ପ୍ରଦୀପ୍ତ ନାୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.