Below header

ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା ପରେ ମୋଦୀଙ୍କୁ ପ୍ରଶଂସା କଲେ ରାହୁଲ ଗାନ୍ଧି, କହିଲେ ପ୍ରଥମ ଉଚିତ ପଦକ୍ଷେପ ନେଲେ ସରକାର

କରୋନା ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣାକୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକ ଉଚିତ୍‌ ପଦକ୍ଷେପ ବୋଲି କହିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରଶଂସା କରିଛନ୍ତି ।

ସେ ତାଙ୍କ ଟ୍ଵିଟରରେ ଲେଖିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା ପ୍ରଥମ ଥର ପାଇଁ ସରକାରଙ୍କ ଉଚିତ୍‌ ପଦକ୍ଷେପ । ୨୧ ଦିନ ଲକ୍‌ଡାଉନ୍‌କୁ ଦଷ୍ଟିରେ ରଖି ଦେଶର ଗରୀବଙ୍କୁ ଭୋଜନ ଉପଲବ୍ଧ କରାଇବା ଓ ଆର୍ଥିକ ସହାୟତା ଦେବାରେ ମୁଁ ଖୁସି ବୋଲି ରାହୁଲ କହିଛନ୍ତି ।

ଭାରତରେ କୃଷକ, ଦୈନିକ ମଜ୍‌ଦୁର, ମହିଳା ଓ ବୃଦ୍ଧ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ପ୍ୟାକେଜ୍‌ ତାଙ୍କୁ ବହୁତ ସାହାଯ୍ୟ କରିବ । କଂଗ୍ରେସ ବରିଷ୍ଠ ନେତା ପି. ଚିଦମ୍ବରମ୍‌ଙ୍କ ପରେ କଂଗ୍ରେସ ପୂର୍ବ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧି ମୋଦୀ ସରକାରଙ୍କୁ ଏଥିପାଇଁ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.