କରୋନାର ତାଜା ଖବର : ଦେଶରେ ମୃତ୍ୟୁ ସଂଖ୍ୟା ହେଲା ୧୬, ଆକ୍ରାନ୍ତ ୬୯୪ ଜଣ

ନୂଆଦିଲ୍ଲୀ : ଛିଡୁନି, ବଢୁଛି । କରୋନାର ପ୍ରକୋପ ଦେଶରେ ବଢ଼ିବାରେ ଲାଗିଛି । ସର୍ବଶେଷ ଖବର ଅନୁସାରେ ବର୍ତ୍ତମାନ ସୁଦ୍ଧା ଭାରତରେ ଏହି ରୋଗରେ ସରକାରୀ ଭାବେ ୧୬ ଜଣ ପ୍ରାଣ ହରାଇଛନ୍ତି । ୬୯୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଗୁଜରାଟ, ତାମିଲନାଡୁ ଓ ମଧ୍ୟ ପ୍ରଦେଶରେ ଆଜି ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।
ଆଜି ଦିନରେ ୮୮ ଜଣଙ୍କ ଠାରେ କରୋନା ବିଷାଣୁ ଚିହ୍ନଟ କରାଯାଇଛି । ଯାହା ଗୋଟିଏ ଦିନରେ ଏପର୍ଯ୍ୟନ୍ତ ସର୍ବାଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.