Below header

କରୋନା ବେଳେ ବଢିଛି ଅପରାଧ: ୨୦୧୯ ବର୍ଷ ତୁଳନାରେ ୨୦୨୦ରେ ୧୦.୪୫ ପ୍ରତିଶତ ମାମଲା ଅଧିକ

ଭୁବନେଶ୍ବର: କରୋନା ବେଳେ ରାଜ୍ୟରେ ବଢିଛି ଅପରାଧ । ୨୦୧୯ ବର୍ଷ ତୁଳନାରେ ୨୦୨୦ରେ ୧୦.୪୫ ପ୍ରତିଶତ ମାମଲା ବଢିଛି । ୨୦୧୯ରେ ରାଜ୍ୟର ବିଭିନ୍ନ ଥାନାରେ ୧ଲକ୍ଷ ୨୧ହଜାର ୫୨୫ଟି ଅପରାଧିକ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ୧ଲକ୍ଷ ୩୪ ହଜାର ୨୩୦ଟି ମାମଲା ରୁଜୁ ହୋଇଛି । ବିଧାନସଭାରେ ଉପସ୍ଥାପିତ ସ୍ୱରାଷ୍ଟ୍ର ବିଭାଗ ଷ୍ଟାଣ୍ଡି କମିଟି ରିପୋର୍ଟରେ ଉଲ୍ଲେଖ ରହିଛି । ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ ଦୁଷ୍କର୍ମ, ହତ୍ୟା ଓ ସିନ୍ଧିଚୋରି ବଢିଥିଲା।

୨୦୨୦ରେ ରାଜ୍ୟରେ ୧୪୭୦ଟି ହତ୍ୟା, ୫୧୪ ଡକାୟତି, ୨୧୬୬ ରବରି, ୪୫୦୦ ସିନ୍ଧିଚୋରା, ୧ଲକ୍ଷ ୪୧୨ଚୋରି, ୨୯୮୪ ଦୁଷ୍କର୍ମ ଓ ୯୮୧୭ଟି ଦୁର୍ଘଟଣା ହୋଇଥିବା ଜଣାପଡିଛି । ୨୦୧୯ ରିପୋର୍ଟ ଅନୁଯାୟୀ ୧୩୫୬ ହତ୍ୟା, ୫୮୭ ଡକାୟତି, ୨୪୯୨ ରବରି, ୪୧୪୯ ସିନ୍ଧିଚୋରି, ୧ଲକ୍ଷ ୭୬୬ ଚୋରି , ୨୯୫୦ ବଳାତ୍କାର ଓ ୧ଲକ୍ଷ ୧୬୪ଟି ଦୁର୍ଘଟଣା ଘଟିଥିଲା । ଗଞ୍ଜେଇ ଜବତ ଓ ମାଓ ହିଂସା ଦମନରେ ପୋଲିସକୁ ସଫଳତା ମିଳିଛି । ଓଡ଼ିଶାରେ ସବୁଠୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଏହାବାଦ୍‌ କରୋନା ସମୟରେ ପୋଲିସ କାର୍ଯ୍ୟକଳାପ ପ୍ରଶଂସନୀୟ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.