ଶିମିଳିପାଳ ପରିଦର୍ଶନ କରି ଫେରିଲେ କେନ୍ଦ୍ରୀୟ ଟିମ୍, ବନାଗ୍ନି ଦ୍ୱାରା କୌଣସି ବନ୍ୟପ୍ରାଣୀ ପ୍ରଭାବିତ ହୋଇ ନଥିବା ପ୍ରକାଶ

କରଞ୍ଜିଆ: ଶିମିଳିପାଳ ପରିଦର୍ଶନ କରି ଫେରିଲେ କେନ୍ଦ୍ରୀୟ ଟିମ୍‌। ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ପରିଦର୍ଶନ କରି ଠାକୁରମୁଣ୍ଡା ଠାରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ପରେ ଗୁଡୁଗୁଡିଆ ଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ମଧ୍ୟ ଆଲୋଚନା କରିଛି ସେଣ୍ଟ୍ରାଲ ଟିମ୍‌। ଶିମିଳିପାଳ ଅଭୟାରଣ୍ୟର ଜେନାବିଲ, ଉପରବାରାକାମୁଡା, ମେଘାସନୀରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ତେବେ ଅଭୟାରଣ୍ୟରେ କିଭଳି ନିଆଁ ଲାଗିଲା, ଏହାକୁ ଆୟତ୍ତ କରିବାକୁ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସମସ୍ତ ତଥ୍ୟକୁ ନେଇ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ସହ ଆଲୋଚନା କରି ପରାମର୍ଶ ଦେବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍‌। ବନାଗ୍ନି ଦ୍ୱାରା କୌଣସି ବନ୍ୟପ୍ରାଣୀଙ୍କ ଜୀବନ ନଷ୍ଟ କିମ୍ବା ବାଘ୍ର୍ୟ ସଂରକ୍ଷଣ ପ୍ରଭାବିତ ହୋଇ ନ ଥିବା ପ୍ରକାଶ କରିଛି ଟିମ୍‌।

ସେପଟେ ନିୟନ୍ତ୍ରଣକୁ ଆସୁଛି ଶିମିଳିପାଳ ନିଆଁ। ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ ଟିମ୍‌ ଅଗ୍ନିକାଣ୍ଡରେ ନିୟୋଜିତ ଅଛନ୍ତି। ଅନ୍ୟପଟେ ନିଆଁ ଲାଗି ଏକର ଏକର ଜଙ୍ଗଲରେ ଗଛ ପୋଡି ପାଉଁଶ ହୋଇଯାଇଛି। ତେବେ ବର୍ଷା ହେବା କାରଣରୁ ନିଆଁ ଲିଭିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.