Below header

ପତଞ୍ଜଳି ବାହାର କଲା କରୋନା ମେଡିସିନ୍‌, ୮୦ ପ୍ରତିଶତ ରୋଗୀ ଭଲ ହେବା ନେଇ ଦାବି କଲେ ଆଚାର୍ଯ୍ୟ ବାଲକ୍ରିଷ୍ଣ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ମହାମାରୀ ଚିକିତ୍ସା ପାଇଁ ଆଜି ଯାଏ କୈାଣସି ଦେଶ ମେଡିସିନ୍‌ ବାହାର କରିବାରେ ସଫଳତତା ପାଇ ପାରି ନାହାଁନ୍ତି । ଯଦିଓ ସମସ୍ତେ ଏହି କାର୍ଯ୍ୟରେ ଲାଗି ପଡିଛନ୍ତି । ସମସ୍ତଙ୍କର ନଜର ଏବେ ରହିଛି କିଏ ବାହାର କରିବ କରୋନା ମେଡିସିନ୍‌ ।

ଆଉ ଲୋକଙ୍କ ଜୀବନରେ ଆସି ପାରିବ ସୁଧାର । ଏଭଳି ସଙ୍କଟ ମଧ୍ୟରେ ଭାରତର ପତଞ୍ଜଳି ସଂସ୍ଥା କରୋନାର ଉପଯୁକ୍ତ ଚିକିତ୍ସା ପାଇଁ ମେଡିସିନ୍‌ ବାହାର କରିଥିବା ଘୋଷଣା କରିଛି । ଏଭଳି ଘୋଷଣା କରିଛନ୍ତି ପତଞ୍ଜଳିର ଫାଉଣ୍ଡର ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣ ।

patanjali

ସେ କହିଛନ୍ତି ଯେ ପତଞ୍ଜଳି କରୋନା ମେଡିସିନ୍‌ ବାହାର କରି ସାରିଛି । ଏହି ମେଡିସିନ୍‌ ଖାଇ ୮୦ ଭାଗ ରୋଗୀ ଭଲ ହୋଇ ସାରିଲେଣି । ପତଞ୍ଜଳିର ଏହି ମେଡିସିନ୍‌ ଖାଇ ହଜାରରୁ ଉର୍ଦ୍ଧ୍ୱ କରୋନା ରୋଗୀ ଭଲ ହୋଇ ସାରିଲେଣି ବୋଲି ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣ ପ୍ରକାଶ କରିଛନ୍ତି ।

ଏହି ମେଡିସିନ୍‌କୁ ଆମେ ବିଭିନ୍ନ ସ୍ଥାନରେ କରୋନା ରୋଗୀଙ୍କ ଉପରେ ପ୍ରୟୋଗ କରି ଦେଖିଛୁ । ଯେଉଁଥିରେ ୮୦ ପ୍ରତିଶତ ରୋଗୀ ଭଲ ହୋଇଥିବା ବାଲ୍‌କ୍ରିଷ୍ଣ କହିଛନ୍ତି । କରୋନା ରୋଗ ଚୀନ୍‌ରେ ଆରମ୍ଭ ହେବା ପର ଠାରୁ ଆମେ ଏହି ରୋଗର ମେଡିସିନ୍‌ ପାଇଁ ଗବେଷଣା ଜାରି କରିଦେଇଥିଲୁ ।

ଏଥିପାଇଁ ଆମେ ବିଭିନ୍ନ ଶାସ୍ତ୍ର ଓ ବେଦର ସହାୟତା ନେଇ ବୈଜ୍ଞାନିକ ଫର୍ମୁଲାରରେ ଏହି ମେଡିସିନ୍‌କୁ ବିକଶିତ କରିଛୁ । ଯାହାକି କରୋନା ରୋଗରେ ଅତି ସଫଳତାର ସହ କାମ କରିବ ବୋଲି ପତଞ୍ଜଳି ସଂସ୍ଥାର ମୁଖ୍ୟ ବୈଜ୍ଞାନିକ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.