ଯାଜପୁର : ନିଜ ଜୀବନକୁ ବାଜି ଲଗାଇ ନଦୀରେ ଭାସି ଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାର କଲେ ଯୁବକ

ଯାଜପୁର ଟାଉନ (କେ ନଢ଼୍ୟୁଜ୍‌) : ଯାଜପୁର ଜିଲା ବିଂଝାରପୁର କଲ୍ୟାଣେଶ୍ୱର ଅଂଚଳର ଘଟଣା । ପ୍ରବଳ ନଦୀ ସ୍ରୋତରେ ଜଣେ ବୃଦ୍ଧା ଭାସି ଯାଉଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ଉଦ୍ଧାର କଲେ ଜଣେ ଯୁବକ । ଏହି ଘଟଣାର ଭିଡିଓ କଏଦ ହୋଇଛି ମୋବାଇଲ କ୍ୟାମେରାରେ । ଏଠାକାର ଖରସ୍ରୋତା ନଦୀରେ ମାଂସଡା ଦଧିବାବନପୁର ଅଂଚଳର ୭୨ ବର୍ଷୀୟ ବୃଦ୍ଧା ମଲ୍ଲୀ ବେହେରା ଗାଧୋଉଥିବା ବେଳେ ପ୍ରଖର ନଦୀ ଜଳରେ ଭାସି ଯାଇଥିଲେ । ତାଙ୍କୁ ଭାସି ଯାଉଥିବା ଦେଖି ରଣପୁର ଅଂଚଳର ସାହସୀ ଯୁବକ ମହେଶ୍ୱର ମଲ୍ଲିକ ତୁରନ୍ତ ନଦୀ ଭିତରକୁ ଡେଇଁ ତାଙ୍କୁ ଉଦ୍ଧାର କରିଥିଲେ । ନଦୀ କୂଳରେ ଥିବା ଆଉ କିଛି ଲୋକ ଦଉଡ଼ି ସାହାଯ୍ୟରେ ଉଭୟଙ୍କୁ ନଦୀ କୂଳକୁ ଟାଣି ଆଣିଥିଲେ ।

DROWN-2ମହେଶ୍ୱରଙ୍କ କାର‌୍ୟ୍ୟକୁ ନେଇ ସବୁଆଡେ ପ୍ରଶଂସାର ସୁଅ ଛୁଟୁଛି । ଅନ୍ୟପଟେ ଉଦ୍ଧାର ହେବା ବେଳେ ଅଚେତ ହୋଇ ପଡ଼ିଥିବା ବୃଦ୍ଧା ଜଣକ ଏବେ ସୁସ୍ଥ ଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.