Below header

କାରୋନା ସହ ଲଢେ଼ଇ, ରେଳ ବିଭାଗ ନିଜ କର୍ମଚାରୀଙ୍କୁ ମାଗିଛି ଗୋଟେ ଦିନର ଦରମା ଟଙ୍କା

ଭାରତୀୟ ରେଲୱେ ବୋର୍ଡ଼ ନିଜର କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜର ଗୋଟେ ଦିନର ଦରମା ଦେବା ପାଇଁ ଅନୁରୋଧ କରିଛି। କାରୋନା ବିପକ୍ଷରେ ହେଉଥିବା ଲଢ଼େଇରେ ସରକାରଙ୍କ ପ୍ରଚେଷ୍ଟାକୁ ସମର୍ଥନ କରିବା ପାଇଁ ସମସ୍ତଙ୍କୁ ସାହାଯ୍ୟ କରିବାକୁ କହିଛି ଭାରତୀୟ ରେଳ ବିଭାଗ।

ରେଳ ବିଭାଗ ସମସ୍ତ ଜେନେରାଲ ମ୍ୟାନେଜରଙ୍କୁ ନିଜ ନିଜ ଜୋନରୁ କର୍ମଚାରୀ ମାନଙ୍କୁ ନିଜର ଗୋଟେ ଦିନର ବେତନକୁ ଦାନ ଦେବା ଅପିଲ କରିଛନ୍ତି। ରେଳ ବିଭାଗ ନିଜ ପତ୍ରରେ ଲେଖିଛନ୍ତି, ‘ରେଲୱେର ସବୁ କର୍ମଚାରୀଙ୍କୁ ଅନୁରୋଧ କରନ୍ତୁ ଯେ ସେମାନେ ଅତି କମରେ ଦିନକର ବେତନ ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରି ନିଜର ଯୋଗଦାନ ଦିଅନ୍ତୁ।

ବୋର୍ଡ଼ ଏହାମଧ୍ୟ କହିଛି ଯେ କାରୋନା ଭାଇରସ ଦେଶର ସବୁଠାରୁ ଖରାପ ଏବଂ ଅଦ୍ଭୂତପୂର୍ବ ସଂକ୍ରମଣ ଅଟେ। ଏହା ବିରୋଧରେ ଲଢ଼େଇ କରିବାକୁ ଆମ ସମସ୍ତଙ୍କୁ ସହଯୋଗ କରିବା ଉଚିତ ଏବଂ ନିଜ ଇଚ୍ଛାରେ ଦାନ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.