ଜମିଜମା ବିବାଦକୁ ନେଇ ହଣାକଟା, ସାନଭାଇ ଭୁଜାଲି ଚୋଟରେ ବଡଭାଇ ମୃତ

ସବୁବେଳେ ସମ୍ପତ୍ତି ହେଉ ଅବା ଜମିବାଡି ଏହାକୁ ନେଇ ଭାଇ ଭାଇ ମଧ୍ୟରେ କଳହ ଦେଖିବାକୁ ମିଳିଥାଏ। କିନ୍ତୁ ବେଳେ ବେଳେ ଏହି କଳହ ଏପରି ରୂପ ଧାରଣ କରେ, ଯେଉଁଥିପାଇଁ ଜଣକ ଜୀବନ ଚାଲିଯାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ନାୟକାଣିଡିହି ପଂଚାୟତ ତଳସାହି ଗ୍ରାମରେ। ଯେଉଁଠି ସାନଭାଇର ଭୁଜାଲି ମାଡରେ ବଡ ଭାଇର ଜୀବନ ଚାଲିଯାଇଛି। ସେହି ଗ୍ରାମର ହରିହର ବାରିକଙ୍କ ଦୁଇ ପୁଅ ଭଗବାନ ବାରିକ ଓ ରତ୍ନାକର ବାରିକ ମଧ୍ୟରେ ଦୀର୍ଘ ଦିନ ହେବ ଜମିଜମାକୁ ନେଇ ଶତୃତା ଲାଗି ରହିଥିଲା ।

bhadrak

ଆଜି ସକାଳେ ଭଗବାନ ବାହାରକୁ ଶୌଚ ହେବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ସାନ ଭାଇ ରତ୍ନାକର ପଛପଟୁ ଯାଇ ଏକ ଭୁଜାଲିରେ ନିଜ ବଡଭାଇ ଭଗବାନକୁ ଶରୀରର ବିଭିନ୍ନ ସ୍ଥାନକୁ ହାଣି ପକାଇ ଥିଲା । ଭଗବାନର ଚିତ୍କାର ଶୁଣି ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଂଚି ସାନ ଭାଇ ରତ୍ନାକରକୁ କାବୁ କରି ଥାନାକୁ ଖବର ଦେବା ସହ ମୁମୂର୍ଷ ଅବସ୍ଥାରେ ଭଗବାନଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ । ହେଲେ ଡାକ୍ତର ତାକୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ । ଘଟଣା ସ୍ଥଳରେ ନାୟକାଣଢିହି ପୋଲିସ ପହଂଚି ରତ୍ନାକରକୁ ଥାନାକୁ ନେଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.