Below header

କରୋନା ଭାଇରସ: ଗ୍ରାହକଙ୍କ ପାଇଁ Tata Sky ଜାରି କଲା ସ୍ପେଶାଲ ଅଫର, ତୁରନ୍ତ ଉଠାନ୍ତୁ ଫାଇଦା

କରୋନା ଭାଇରସକୁ ଧ୍ୟାନରେ ରଖି ଡିଟିଏଚ କମ୍ପାନୀ ଟାଟା ସ୍କାଏ ଏକ ବିଶେଷ ଅଫର ଲଞ୍ଚ କରାଯାଇଛି । ଯାହା ସାହାଯ୍ୟରେ ୟୁଜର ମାନଙ୍କୁ ମାତ୍ର ୭ ଦିନ ପାଇଁ ବି ଲୋନ ସୁବିଧା ମିଳିପାରିବ । କହିରଖିବା ଉଚିତକି ଏହି ସୁଯୋଗ କେବଳ ମାତ୍ର ପୁରୁଣା ବ୍ୟବହାରକାରୀଙ୍କ ପାଇଁ ହିଁ ଉପଲବ୍ଧ ଅଛି । ଏହା ପୂର୍ବରୁ ବି କମ୍ପାନୀ ଅନେକ ଆକର୍ଷଣୀୟ ଅଫର ମାନ ନିଜ ଗ୍ରାହକଙ୍କ ପାଇଁ ଉପଲବ୍ଧ କରିଥିଲା । ତେବେ ଆସନ୍ତୁ ଟାଟା ସ୍କାଏର ଏହି ଆକର୍ଷଣୀୟ ଅଫର ଗୁଡିକ ବିଷୟରେ ବିସ୍ତୃତରେ ଜାଣି ରଖିବା ।

tata sky

ଟାଟା ସ୍କାଏ ଲୋନ:

ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ପୂର୍ବରୁ ଆକାଉଣ୍ଟ ବନ୍ଦ ହୋଇଯାଇଥିବା ବା ଯେଉଁ ମାନେ କୌଣସି କାରଣରୁ ଆକାଉଣ୍ଟ ରିଚାର୍ଜ କରିନଥିବେ ସେମାନଙ୍କୁ ହିଁ ଏହି ସୁବିଧା ମିଳିପାରିବ । ଯଦି ଆପଣ ବି ଟାଟା ସ୍କାଏ ୟୁଜର, ତେବେ ୦୮୦-୬୧୯୯୯୯୨୨ ନମ୍ବରକୁ ମିସ୍ଡ କଲ ଦିଅନ୍ତୁ । ଏହା ପରେ ୭ ଦିନ ପାଇଁ ଆପଣଙ୍କୁ ଲୋନ ମିଳିଯିବ ଓ ଅଷ୍ଟମ ଦିନ ରିଚାର୍ଜ କଲେ ରିଚାର୍ଜ ଟଙ୍କା ଆପେ ଆପେ ଆକାଉଣ୍ଟରୁ କଟିଯିବ ।

ୟୁଜର ମାନଙ୍କୁ ଉତ୍ତମରୁ ଉତ୍ତମ ସୁବିଧା ଦେବା ପାଇଁ ସର୍ବଦା ଆମେ ଚେଷ୍ଟା କରୁଛୁ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି ।
ଆପଣଙ୍କୁ କହି ରଖିବା ଉଚିତକି, ପ୍ରତିଦିନ ଜିମ ଯାଉଥିବା ଲୋକ ମାନଙ୍କ ପାଇଁ ଫିଟନେସ ଚ୍ୟାନେଲ ଉପଲବ୍ଧ ହେବ । କିନ୍ତୁ ଏଥିପାଇଁ ୟୁଜରଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଲକ ଡାଉନ କାରଣରୁ ହିଁ କମ୍ପାନୀ ତରଫରୁ ଏପରି ସୁଯୋଗ ଦିଆଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.