Below header

କେନ୍ଦୁଝର: ବାହାରୁ ଆସିଥିବା ନେଇ ଆନନ୍ଦପୁର ଉପଖଣ୍ଡରେ ସର୍ବମୋଟ ୮୧୧ ଜଣ କଲେ ପଞ୍ଜିକୃତ, ଆଇସୋଲେସନ୍‌ ରୁମ୍‌ରେ ସମସ୍ତଙ୍କୁ ରଖିବା ନେଇ ହେଲା ବ୍ୟବସ୍ଥା

କେନ୍ଦୁଝର: କରୋନାକୁ ନେଇ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପ୍ରଶାସନ ସଚେତନ ହେବା ସହ ବିଭିନ୍ନ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଲୋକଙ୍କୁ ପ୍ରଥମେ ପଞ୍ଜିକରଣ କରାଇବା ସହ ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଆନନ୍ଦପୁର ପୌର ପରିଷଦ ଓ ଆନନ୍ଦପୁର ବ୍ଲକରେ ମୋଟ ୨୩୩ ଜଣ, ହାଟଡିହିରେ ୩୧୮ଜଣ ଏବଂ ଘଷିପୁରା ବ୍ଲକରେ ୨୬୦ ଜଣ ପଞ୍ଜିକୃତ କରିଛନ୍ତି। ଆନନ୍ଦପୁର ଉପଖଣ୍ଡରେ ସର୍ବମୋଟ ୮୧୧ ଜଣ ପଞ୍ଜିକୃତ ହୋଇଥିବା ଜଣାପଡିଛି। ସେମାନେ ଏକାକୀ ରହିବା ସହ, ସ୍ୱତନ୍ତ୍ର ଗୃହରେ ରହିବା ସହ କାହା ସହ ନମିଶିବା ପାଇଁ ପରାମର୍ଶ ଦିଆଯାଇଛି। ପଞ୍ଚାୟତରେ ଥିବା ଆଇସୋଲେସନ୍‌ ରୁମ୍‌ରେ ସେମାନଙ୍କୁ ରଖିବାର ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.