Below header

କରୋନାକୁ ନେଇ ପୂର୍ବରୁ ହିଁ ଭବିଷ୍ୟବାଣୀ କରିଥିଲେ ଦିବଂଗତ ପପ୍ ଷ୍ଟାର ମାଇକେଲ ଜ୍ୟାକସନ, ପିନ୍ଧୁଥିଲେ ମାସ୍କ

ଲୋକପ୍ରିୟ ଦିବଂଗତ ପପ୍ ଷ୍ଟାର ମାଇକେଲ ଜ୍ୟାକସନ କରୋନା ଭାଇରସକୁ ନେଇ ପୂର୍ବରୁ ହିଁ ଭବିଷ୍ୟବାଣୀ କରିଥିଲେ। ଏନେଇ ସେତେବେଳେ ତାଙ୍କୁ ବିଭିନ୍ନ ଲୋକ ବିଭିନ୍ନ କଥା କହିଥିଲେ ମଧ୍ୟ ମହାମାରୀ ଆଶଙ୍କାରେ ସେ ସବୁବେଳେ ମୁହଁରେ ମାସ୍କ ପିନ୍ଧୁଥିଲେ। ତାଙ୍କ ପୂର୍ବତନ ଅଙ୍ଗରକ୍ଷକ ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ସାରା ଦୁନିଆରେ ଆତଙ୍କ ଖେଳାଇଥିବା କରୋନା ଭାଇରସକୁ ଦେଖି ମାଇକେଲ ଜ୍ୟାକସନଙ୍କ ପୂର୍ବତନ ଅଙ୍ଗରକ୍ଷୀ ମେଟ ଫେଡେସ ଏହି କଥା କହିଛନ୍ତି।

Inside the Private World Michael Jackson Created for His Kids | E ...

ମେଟ କହିଛନ୍ତି ଯେ ମାଇକେଲ ଜାଣିଥିଲେ ଯେ ପୃଥିବୀ ଉପରେ କୌଣସି ମୁହୂର୍ତ୍ତରେ ମଧ୍ୟ ବିପଦ ମାଡ଼ି ଆସିପାରେ। ଏନେଇ ସେ ବାରମ୍ବାର କହୁଥିଲେ ମଧ୍ୟ। ମାତ୍ର ଲୋକ ତାଙ୍କ କଥାକୁ ମଜା ଭାବି ଶୁଣୁନଥିଲେ। ଏଣୁ ସେ ନିଜେ ନିଜ ସୁରକ୍ଷା ପାଇଁ ସବୁବେଳେ ମାସ୍କ ବ୍ୟବହାର କରୁଥିଲେ। ସେ ବେଳେବେଳେ ଗୋଟିଏ ଦିନରେ ବିମାନରେ ୪ଟି ଦେଶ ମଧ୍ୟ ଭ୍ରମଣ କରୁଥିଲେ। ବିଭିନ୍ନ ଲୋକଙ୍କ ସହ ମିଶୁଥିବାରୁ ସଂକ୍ରମଣ ଆଶଙ୍କାରେ ମାଇକେଲ ମାସ୍କ ପିନ୍ଧୁଥିବା ମେଟ କହିଛନ୍ତି।

Michael Jackson 'predicted' coronavirus-like pandemic: Ex bodyguard

ମାଇକେଲ କହୁଥିଲେ ଯେ ମୁଁ ମୋ ଫ୍ୟାନଙ୍କୁ ନିରାଶ କରିପାରିବି ନାହିଁ। ମତେ ମୋ ସ୍ୱର ଓ ନିଜର ଯତ୍ନ ନେବାକୁ ପଶିବ କେବଳ ଫ୍ୟାନଙ୍କ ପାଇଁ ମତେ ଅସହଜ ଲାଗୁଥିଲେ ବି ମାସ୍କ ପିନ୍ଧିବାକୁ ପଡିବ।

ତେବେ ବର୍ତ୍ତମାନ ଯଦି ମାଇକେଲ ଜୀବିତ ଥାନ୍ତେ କରୋନା ମହାମାରୀ ସମ୍ପର୍କରେ କଣ କହିଥାନ୍ତେ ପ୍ରଶ୍ନର ଉତ୍ତରରେ ମେଟ କହିଛନ୍ତି ଯେ ସେ କାନ୍ଦି ଥାନ୍ତେ। କାରଣ ପୂର୍ବରୁ ସେ ଏନେଇ କହୁଥିଲେ ମଧ୍ୟ କେହି ଶୁଣୁନଥିଲେ। ଲୋକମାନେ ବୁଝିବାର ଥିଲା। ସୂଚନାଯୋଗ୍ୟ ଯେ ୨୦୦୯ ମସିହାରେ ମାଇକେଲ ଜ୍ୟାକସନଙ୍କ ନିଧନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.