Below header

ରାମାୟଣ ଆରମ୍ଭ ହେବା ମାତ୍ରେ ଦର୍ଶକେ ହେଲେ ଭାବୁକ, ସୋସିଆଲ ମିଡିଆରେ ଦେଉଛନ୍ତି ଏଭଳି ପ୍ରତିକ୍ରିୟା

ବିଶ୍ୱରେ କରୋନା ଆତଙ୍କ ବଢିବାରେ ଲାଗିଛି। ଏହା ଥମିବାର ନାମ ନେଉନାହିଁ। କେବଳ ବିଶ୍ୱ ନୁହେଁ ବରଂ କରୋନା କାୟାରେ ଭାରତ ମଧ୍ୟ କବଳିତ ହୋଇସାରିଛି। ଏପର୍ଯ୍ୟନ୍ତ କରୋନା ଭାଇରସ ଯୋଗୁଁ ୧୯ ଜଣ ମୃତ୍ୟୁବରଣ କରିସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଞ୍ଚିଲାଣି। ଏହି କରୋନା ଭାଇରସ ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରୀ ହେଉ ଟିଭି ଇଣ୍ଡଷ୍ଟ୍ରୀ ସବୁ ଠପ୍‌ ହୋଇପଡିଛି। ସିରିଅଲ ଗୁଡିକ ବାରମ୍ବାର ରିପିଡ ପ୍ରସାରଣ ହେଉଛି। ଗତ ମାର୍ଚ୍ଚ ୨୫ ତାରିଖରୁ ଆସନ୍ତା 14 ଏପ୍ରିଲ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଘୋଷଣା ପରେ ଲୋକେ ଘରେ ବସି ସମୟ କାଟିବା ବଡ ଚ୍ୟାଲେଞ୍ଜର କଥା। ଆଉ ଏଥିପାଇଁ ସରକାର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

mahabharat

ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ସିରିୟଲ ରାମାୟଣ । ଦର୍ଶକଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ଏହାକୁ ଦୂରଦର୍ଶନ ଅର୍ଥାତ DD Nationalରେ ପ୍ରସାରଣ ହେଉଛି। ଏହି ସିରିଅଲରେ ପ୍ରସାରଣ ହେବା ମାତ୍ରେ ଦର୍ଶକଙ୍କ ମନେର ଉତ୍ସାହ ଏବଂ ଉତ୍କଣ୍ଠା ବଢିବାରେ ଲାଗିଛି। ରାମାୟଣ ଆରମ୍ଭ ହେବା ମାତ୍ରେ ଦର୍ଶକେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନେକ ଦର୍ଶକ ଟ୍ଵିଟର ଆକାଉଣ୍ଟରେ ଟିଭି କ୍ଲିପ୍‌ ମଧ୍ୟ ସେୟାର କରିଛନ୍ତି। ଏହାଛଡା ଅନେକ ଦର୍ଶକ ଡିଡି ନ୍ୟାସନାଲ ଚ୍ୟାନେଲକୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି। କେବଳ ଏତିକି ନୁହେଁ ଆଜିଠାରୁ ଦିନ ୧୨ଟା ଏବଂ ସନ୍ଧ୍ୟା ୭ଟାରେ ଡିଡି ଭାରତୀ ଚ୍ୟାନେଲରେ ଲୋକପ୍ରିୟ ସିରିଅଲ ମହାଭାରତ ମଧ୍ୟ ପ୍ରସାରଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.