କରୋନା ସଙ୍କଟ: RBIର ଘୋଷଣା ପରେ EMI କୁ ନେଇ SBI ନେଲା ବଡ଼ ନିଷ୍ପତ୍ତି, ଗ୍ରାହକଙ୍କୁ ମିଳିବ ଆଶ୍ବସ୍ତି

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି EMI କୁ ନେଇ SBI ବଡ଼ ଘୋଷଣା କରିଛି। ଋଣ ନେଇଥିବା ବ୍ୟକ୍ତିଙ୍କ ତିନିଟି କିସ୍ତିକୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଛାଡ଼ କରିଛି। ଏଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କରେ ଆବେଦନ କରିବା ଆବଶ୍ୟକତା ନାହିଁ। ଅନ୍ୟପଟେ କ୍ରେଡିଟ କାର୍ଡ ପେମେଣ୍ଟ ଉପରେ ବ୍ୟାଙ୍କ ତରଫରୁ କୌଣସି ଘୋଷଣା ହୋଇନଥିବା ଜଣାଯାଇଛି।

Repayment moratorium covers all loans, including credit card dues ...

ଏଥିସହ ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ଦେଇ SBI କହିଛି ଯେ ସମ୍ପୂର୍ଣ୍ଣ ୭୫ ଆଧାର ଅଙ୍କ କାଟ କ୍ଷୁଦ୍ର ଋଣଗ୍ରହୀତାଙ୍କୁ ଦେବ। ଋଣ ନେବାକୁ ଚାହୁଁଥିବା ବ୍ୟକ୍ତି ଏକ୍ସଟରନାଲ ବେଞ୍ଚମାର୍କ ଲିଙ୍କଡ ରେଟ ଉପରେ ଆଧାରିତ ଓ ରେପୋ ଲିଙ୍କଡ ଲିଡିଂ ରେଟ ଉପରେ ଆଧାରିତ କମ ଦାମରେ ଋଣ ନେଇପାରିବେ। SBI ଏକ୍ସଟରନାଲ ବେଞ୍ଚମାର୍କ ଲିଙ୍କଡ ରେଟକୁ ୭.୮୦ ପ୍ରତିଶତରୁ କମାଇ ବାର୍ଷିକ ୭.୦୫ ପ୍ରତିଶତ କରିଛି। ସେହିପରି ରେପୋ ଲିଙ୍କଡ ଲିଡିଂ ରେଟକୁ ୭.୪୦ ରୁ ୬.୬୫ ପ୍ରତିଶତ କରିଦେଇଛି।

sbi

ସୂଚନାଯୋଗ୍ୟ ଯେ କରୋନା ଭାଇରସ ଯୋଗୁ ଉପୁଜିଥିବା ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଶୁକ୍ରବାର ବଡ଼ ଘୋଷଣା କରିଛି। RBI ସୁଧହାରକୁ କମାଇବାକୁ ତଥା କିସ୍ତି ପୈଠର ଅବଧି ବଢ଼ାଇବାକୁ ଘୋଷଣା କରିଛି। ୩ ମାସ ଯାଏଁ EMI ପୈଠର ଅବଧିକୁ ବଢ଼ାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.