Below header

ବାଲେଶ୍ୱର: ଲକ୍‌ ଡାଉନକୁ ନେଇ ଅସନ୍ତୋଷ ଦୁଗ୍ଧ ବ୍ୟବସାୟୀ, ରାସ୍ତା ଉପରେ ଢାଳିଦେଲେ ୮୦ ଲିଟରରୁ ଅଧିକ କ୍ଷୀର

ବାଲେଶ୍ୱର: ଲକ୍‌ ଡାଉନକୁ ନେଇ ଅସନ୍ତୋଷ କ୍ଷୀର ବ୍ୟବସାୟୀ । ରାସ୍ତାରେ ଢାଳିଦେଲେ ପ୍ରାୟ ୮୦ ଲିଟରରୁ ଅଧିକ କ୍ଷୀର । ଏ ଅଭାବନୀୟ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ରଣିଆଗଞ୍ଜ ଗାଁର । ଲକ୍‌ ଡାଉନ ଜାରି ହେବା ପରେ ଦୁଗ୍ଧ ଚାଷୀଙ୍କ ଠାରୁ ଉପ୍ତାଦିତ କ୍ଷୀର ସଂଗ୍ରହ କରୁନି ସମବାୟ ସମିତି । ରଣିଆଗଞ୍ଜ ଗାଁରେ ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ମହିଳା ଦୁଗ୍ଧ ଚାଷୀ ଥିବା ବେଳେ ଏଠାରୁ କ୍ଷୀର ସଂଗ୍ରହ କରାଯାଉଥିଲା । ହେଲେ ଗତ ୫ଦିନ ଧରି ଚାଷୀଙ୍କ ଠାରୁ କୌଣସି କ୍ଷୀର ସଂଗ୍ରହ କରାଯାଇ ନାହିଁ । ଏଥିରେ ଉତ୍ତେଜିତ ହୋଇ ଚାଷୀ ଅସନ୍ତୋଷ ପ୍ରକାଶ କରି ରାସ୍ତାରେ କ୍ଷୀର ଫିଙ୍ଗି ଦେଇଥିବା ଜଣାପଡିଛି । ତେବେ ଏ ନେଇ ସମବାୟ ସମିତିର ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.