ପୋଲିସ ବିଭାଗରେ ଭର୍ତ୍ତି ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ, ଆଶାୟୀ ପ୍ରାର୍ଥୀ ଶୀଘ୍ର କରନ୍ତୁ ଆବେଦନ

ଓଡିଶା ପୋଲିସ ଦ୍ୱାରା ଜାରି ହୋଇଥିବା ଏକ ବିଜ୍ଞାପିତ ଅନୁଯାୟୀ ପୋଲିସ ବିଭାଗ ଡ୍ରାଇଭର, ମୋଟର ଟ୍ରାନ୍ସପୋର୍ଟ ବିଭାଗରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପଦ ପାଇଁ ଇଛୁକ ଥିବା ପ୍ରାର୍ଥୀ ମାନେ ଅନ୍ତିମ ତାରିଖ ପୂର୍ବରୁ ଆବେଦନ କରାଇ ନିଅନ୍ତୁ । ଏହି ଚାକିରୀ ସମ୍ଭନ୍ଧୀତ ବିଭିନ୍ନ ତଥ୍ୟ ପାଇବା ପାଇଁ ଓଡିଶା ପୋଲିସର ଅଫିସିଆଲ ୱେବସାଇଟ ଚେକ କରାଇ ଦିଅନ୍ତୁ । ତେବେ ଆସନ୍ତୁ ଏବିଷୟରେ ବିସ୍ଲେସଣରେ ଜାଣି ରଖିବା ।

-ଓଡିଶା ପୋଲିସ ବିଭାଗର ଡ୍ରାଇଭର ପଦ ପାଇଁ ମୋଟ ଉପରେ ୨୩୧ ଟି ପଦ ଖାଲି ଅଛି ।

– ଏଥିପାଇଁ ଆଶାୟୀ ପ୍ରାର୍ଥୀଙ୍କ ବୟସ ‘ଓଡିଶା ପୋଲିସ’ ନିୟମ ଅନୁସାରେ ହିଁ ନିର୍ଦ୍ଧାରିତ କରାଯିବ ବୋଲି ଜଣାଯାଇଛି ।

Odisha Police Jobs 2020 - Apply for 231 Driver Posts

– ଆବେଦନ ପ୍ରକ୍ରିୟା ପାଇଁ ସମୟ ସୀମା ୨୦୨୦ ମାର୍ଚ୍ଚ ୭ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ରଖାଯାଇଛି ।

– ଏହି ପଦ ପାଇଁ ଆଶାୟୀଙ୍କ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ ହୋଇଥିବା ଆବଶ୍ୟକ । ଅଧିକ ତଥ୍ୟ ପାଇଁ ଆଗକୁ ଦିଆଯାଇଥିବା ନୋଟିଫିକେସନ ପଢନ୍ତୁ ।

– ଇଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ଜରିଆରେ ଆସନ୍ତା ମାର୍ଚ୍ଚ ୨୮ ତାରିଖ ଯାଏଁ ଅନଲାଇନ ଆବେଦନ କରିପାରିବେ । ଧ୍ୟାନ ରଖିବେ କୌଣସି ପ୍ରକାର ତ୍ରୁଟି ହେଲେ ଆପଣଙ୍କ ଆବେଦନକୁ ଖାରଜ ବା ନାକଚ କରି ଦିଆଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.