Below header

ଆପଣଙ୍କ ପାଖରେ କରୋନା ସଂକ୍ରମିତ ବ୍ୟକ୍ତି ଅଛନ୍ତି କି ? ଜାଣିବା ପାଇଁ ବ୍ୟବହାର କରନ୍ତୁ ଏହି ଆପ

କରୋନା ଭାଇରସ ପ୍ରକୋପରେ ଦେଶରେ ଗତ ଶୁକ୍ରବାର ଦିନ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୭୨୪ରେ ପହଞ୍ଚିଛି। ଏଥିପାଇଁ ଲୋକମାନଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବା ସହ ଘରେ ରହିବା ପାଇଁ କୁହାଯାଉଛି। ସୂଚନା ଅନୁଯାୟୀ ଆସନ୍ତା ୧୪ ଏପ୍ରିଲ ପର୍ଯ୍ୟନ୍ତ ସାରା ବିଶ୍ୱରେ ଲକଡାଉନ ଜାରି ହୋଇଛି।

ସେହିଭଳି ପରିବା ବଜାର ଏବଂ ତେଜରାତି ଦୋକାନରେ ଭିଡ ଲାଗି ରହୁଥିବାରୁ keu ବ୍ୟକ୍ତି କରୋନାରେ ସଂକ୍ରମିତ ଏବଂ କିଏ ନୁହଁନ୍ତି ତାହା ତଦନ୍ତ ପରେ ଜଣାପଡିବ। ଏହିକାରଣରୁ ଲୋକଙ୍କ ସାହାଯ୍ୟ ପାଇଁ ସରକାର ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରିଛନ୍ତି, ଯାହା ଜରିଆରେ ଆପଣମାନେ ଜାଣିପାରିବେ ଆପଣଙ୍କ ଆଖପାଖରେ କରୋନା ଆକ୍ରାନ୍ତ ବ୍ୟକ୍ତି ଅଛନ୍ତି କି ନାହିଁ। ଏହି ଆପ ର ନାଁ ହେଉଛି ‘କରୋନା କବଚ’।

ବାସ୍ତବରେ ଏହା ଲୋକେସନ(ନିର୍ଦ୍ଧିଷ୍ଟ ଜାଗା) ଆଧାରିତ ମୋବାଇଲ ଆପ। ଏହି ଆପ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରୋଧଗିକ ମନ୍ତ୍ରାଳୟ ଦ୍ବାରା Android ଏବଂ iOs ପାଇ ତିଆରି କରାଯାଇଛି। କରୋନା କବଚର ବିଟା ଭର୍ସନ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ। ରିପୋର୍ଟ ଅନୁଯାୟୀ ଭାରତ ସରକାର ଏହି ଆପକୁ ଅଧିକ ଉନ୍ନତି କରିବା ପାଇଁ ନିଜର ପ୍ରୟାସ ଜାରି ରଖିଛନ୍ତି।

ଜାଣନ୍ତୁ କିପରି କାମ କରିଥାଏ ଏହି ଆପ:

ଏହି ଆପ ଲୋକେସନ ଆକ୍ସସ କରିଥାଏ। ୟୁଜର(ବ୍ୟବହାରକାରୀ) କେଉଁ ଯାଗାକୁ ଯାଉଛନ୍ତି ଏହି ଆପ ତାହା ଦର୍ଶାଇଥାଏ। ଏହିପରି ଯଦି ଲୋକେସନ ଡାଟା କୌଣସି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଲୋକେସନ ଡାଟା ସହ ମେଳ ଖାଇଥାଏ ତେବେ ତୁରନ୍ତ ପପ ନୋଟିଫିକେସନ ଜରିଆରେ ୟୁଜରଙ୍କୁ ଆଲର୍ଟ କରିଥାଏ। ଅର୍ଥାତ ଆପରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଲୋକେସନ ଫିଡ଼ କରାଯାଇଛି। ଯାହାଦ୍ୱାରା ୟୁଜର ଜାଣିପାରିବେ ସେ କରୋନା ପ୍ରଭାବିତ କ୍ଷେତ୍ରରେ ରହିଛନ୍ତି କି ନାହିଁ। ୟୁଜରଙ୍କ ଲୋକେସନ ହିଷ୍ଟ୍ରି ଏବଂ ଜିପିଏସ ଜରିଆରେ ଏହି ଆପ ଆପଣଙ୍କୁ ସୂଚନା ଦେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.