Below header

ପ୍ରଥମ ଡୋଜ ପରେ ଏହି ଟିକାରୁ ତିଆରି ହେଉଛି ଅଧିକ ଆଣ୍ଟିବଡି, ICMR ପ୍ରମୁଖ କଲେ ଆଶ୍ଚର୍ଯ୍ୟଜନକ ଦାବି

ଭାରତରେ କରୋନା ଭାଇରସ ସଂକ୍ରମଣ ଲଗାତାର ବଢ଼ି ଚାଲିଛି। ଆଉ ଏହି ମହାମାରୀ ବିରୋଧରେ ଟିକାକରଣକୁ ସବୁଠାରୁ ବଡ଼ ହତିଆର ବୋଲି କୁହାଯାଉଛି। ସାରା ଦେଶରେ ବର୍ତ୍ତମାନ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭ୍ୟାକ୍ସିନ ଏବଂ କୋଭିଶିଲଡ ଭ୍ୟାକ୍ସିନ ଲଗାଯାଉଛି। ଯଦିଓ ଏହାରି ଭିତରେ ଚର୍ଚ୍ଚା ହେଉଛି କି, ଦୁଇଟି ଟିକା ଭିତରୁ କେଉଁଟା ଅଧିକ ଫଳପ୍ରଦ। ଏବେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR)ର ଡିଜି ଡାକ୍ତର ବଳରାମ ଭାର୍ଗବ ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି।

ଡାକ୍ତର ଭାର୍ଗବ କୋଭ୍ୟାକ୍ସିନ ଓ କୋଭିଶିଲଡ ଭ୍ୟାକ୍ସିନ ଦ୍ୱାରା ତିଆରି ହେଉଥିବା ଆଣ୍ଟିବଡିକୁ ନେଇ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି, କୋଭିଶିଲଡ ଭ୍ୟାକ୍ସିନର ପ୍ରଥମ ଡୋଜ ନେବା ପରେ କୋଭ୍ୟାକ୍ସିନ ତୁଳନାରେ ଅଧିକ ଆଣ୍ଟିବଡି ତିଆରି ହେଉଛି। ଅର୍ଥାତ କୋଭ୍ୟାକ୍ସିନର ପ୍ରଥମ ଡୋଜ ନେବା ପରେ ଅଧିକ ଆଣ୍ଟିବଡି ତିଆରି ହେଉନି। ଅନ୍ୟ ଭ୍ୟାକ୍ସିନଟି ପର୍ଯ୍ୟାପ୍ତ ଆଣ୍ଟିବଡି ତିଆରି କରୁଛି।

କୋଭିଶିଲଡର ଦୁଇଟି ଡୋଜ ମଧ୍ୟରେ ଅନ୍ତରାଳକୁ ବଢ଼ାଇ ୧୨-୧୮ ସପ୍ତାହ କରି ଦିଆଯାଇଛି। ସେପଟେ କୋଭ୍ୟାକ୍ସିନ ପାଇଁ ୪ ସପ୍ତାହ ଅନ୍ତରକୁ ବଦଳା ଯାଇନାହିଁ। କୋଭିଶିଲଡ ପାଇଁ ୩ ମାସ ଅନ୍ତରାଳକୁ ଅନିବାର୍ଯ୍ୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ଡାକ୍ତର ଭାର୍ଗବ କହିଛନ୍ତି କି, କୋଭିଶିଲଡର ପ୍ରଥମ ଡୋଜ ପରେ ଇମ୍ୟୁନିଟି ବହୁତ ମଜଭୁତ ମିଳିଥିଲା ଏବଂ ୩ ମାସର ଅନ୍ତର ବଢ଼ିଆ ପରିଣାମ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.