ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ, ଚିପ୍‌କୋ ଆନ୍ଦୋଳନର ଥିଲେ କର୍ଣ୍ଣଧାର

ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ। କରୋନାରେ ପ୍ରାଣ ହରାଇଛନ୍ତି ସୁନ୍ଦରଲାଲ ବହୁଗୁଣା। ପଜିଟିଭ ଚିହ୍ନଟ ହେବା ପରେ ଋଷିକେଶ ସ୍ଥିତ ଏମ୍‌ସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ପ୍ରସିଦ୍ଧ ଚିପ୍‌କୋ ଆନ୍ଦୋଳନ କର୍ଣ୍ଣଧାର ତଥା ହିମାଳୟର ରକ୍ଷକ ଭାବେ ବେଶ ପରିଚିତ ଥିଲେ। ମେ ୮ ତାରିଖରେ କୋଭିଡ ସଂକ୍ରମିତ ହୋଇଥିବା ଜଣା ପଡିବା ପରେ ଏମ୍‌ସ ଋଷିକେଶରେ ଭର୍ତ୍ତି ହୋଇଥିଲେ।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଗାନ୍ଧିଜୀଙ୍କ ସିଦ୍ଧାନ୍ତରେ ପରିବେଶ ସୁରକ୍ଷା ନେଇ ୭୦ଦଶକରୁ ଅଭିଯାନ ଚଲାଇ ଆସିଥିଲେ। ଗଡୱାଲରେ ହିମାଳୟ ପାର୍ବତ୍ୟାଞ୍ଚଳରେ ଗଛକଟାକୁ ବିରୋଧ କରି ସେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିଲେ। ୧୯୭୪ରେ ଗଛକୁ କଟାଯିବା ସମୟରେ ସ୍ଥାନୀୟ ମହିଳା ମାନେ ଗଛକୁ କୁଣ୍ଢାଇ ଧରି ବିରୋଧ କରିଥିଲେ। ପରେ ଏହା ଚିପ୍‌କୋ ଆନ୍ଦୋଳନ ଭାବେ ଖ୍ୟାତ ହୋଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.