Below header

ଆଜିଠୁ ରାଜଧାନୀ ଲକ୍ଷ୍ନୋ ସମେତ କାନପୁର ଓ ବାରଣାସୀରେ ନାଇଟ୍‌ କର୍ଫ୍ୟୁ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଜିଠୁ ରାଜଧାନୀ ଲକ୍ଷ୍ନୋ ସମେତ କାନପୁର ଓ ବାରଣାସୀରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ । ଲକ୍ଷ୍ନୋ ଓ ବାରଣାସୀରେ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗିବ । କାନପୁରରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବ ।

ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ରହିବ । ଲକ୍ଷ୍ନୋରେ ୧୫ ଏପ୍ରିଲ ପର୍ଯ୍ୟନ୍ତ ଚିକିତ୍ସା, ନର୍ସିଂ ଓ ପାରାମେଡିକାଲ ସଂସ୍ଥାକୁ ଛାଡି ସବୁ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ । ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଚାଲୁଥିବା ପରୀକ୍ଷା ଓ ପ୍ରାକ୍ଟିକାଲ ପୂର୍ବ ପରି ଚାଲୁ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.