ଦୈନିକ ସଂକ୍ରମଣରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ଲକ୍ଷାଧିକ ପଜିଟିଭ୍

ଦୈନିକ ସଂକ୍ରମଣରେ ସବୁ ରେକର୍ଡ ଭାଙ୍ଗିଲା କରୋନା । ଗୋଟିଏ ଦିନରେ ଦେଶରେ ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୧ ଲକ୍ଷ ୨୫ ହଜାରରୁ ଅଧିକ ନୂଆ କେସ୍‌ ଆସିଛି। ଲଗାତର ଦ୍ୱିତୀୟ ଦିନ ପାଇଁ ଦେଶରେ ଏକ ଲକ୍ଷରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ଛତିଶଗଡ଼ରେ ଗୋଟିଏ ଦିନରେ ୧୦ ହଜାର ୩୧୦ ଆକ୍ରାନ୍ତ ହୋଇଛନ୍ତି । ସେକେଣ୍ଡ ୱେଭ୍‌ରେ ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ ହେବାରେ ମହାରାଷ୍ଟ୍ର ପରେ ଛତିଶଗଡ଼ ଦ୍ୱିତୀୟ ରାଜ୍ୟ ହୋଇଛି । ସେହିପରି ୨୪ ଘଣ୍ଟାରେ ମଧ୍ୟପ୍ରଦେଶରୁ ୪ ହଜାର ୪୩ ଓ ଗୁଜରାଟରୁ ୩ ହଜାର ୫୭୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.