ଦିଲ୍ଲୀ ଏମ୍‌ସରେ ଆଜି କରୋନା ଟିକାର ୨ୟ ଡୋଜ୍‌ ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଟିକାର ୨ୟ ଡୋଜ୍‌ ନେଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ଏମ୍‌ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇଛନ୍ତି । ଦ୍ୱୀତିୟ ପର୍ଯ୍ୟାୟର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଆଜି ଭାରତ ବାୟୋଟେକ୍‌ର ଟିକା କୋଭାକିସ୍‌ନର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ।

ସିଷ୍ଟର ନିଶା ଶର୍ମା ତାଙ୍କୁ ଟିକା ଦେଇଛନ୍ତି। ଟିକା ନେବା ପରେ ଅଧଘଣ୍ଟା ପର୍ଯ୍ୟନ୍ତ ଅବଜରଭସନ ରୁମ୍‌ରେ ରହିଥିଲେ । ମାର୍ଚ୍ଚ ୧ରେ ପ୍ରଥମ ଡୋଜ୍‌ ଟିକା ନେଇଥିଲେ ପ୍ରଧାନମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.