ଆଜି ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ: କୋଟିଆରେ ଲାଗୁ ହୋଇଛି ୧୪୪ ଧାରା, ସ୍ଥିତି ଉପରେ କଡ଼ା ନଜର

ସୀମାନ୍ତରେ ଧାରଣାରେ ବସିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା

କୋରାପୁଟ: କୋଟିଆ ପାଇଁ ବିରୋଧରେ ନିର୍ଣ୍ଣାୟକ ଲଢେଇରେ ଏକାଠି ହେଲେ ସମସ୍ତ ରାଜନୈତିକ ଦଳ । ଆଜି ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣ ସିନେରୀରେ ଭୋଟରଙ୍କୁ ନେଇ ଜିଲ୍ଲାପରିଷଦ ନିର୍ବାଚନରେ ସାମିଲ କରୁଥିବାରୁ ଏହାକୁ ନେଇ କୋରାପୁଟ ଜିଲ୍ଲାର ରାଜନୈତିକ ଦଳ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ଜିଲ୍ଲାର ବିଜେଡି, ବିଜେପି, କଂଗ୍ରେସର ବିଧାୟକ ଓ ଅନ୍ୟ ବରିଷ୍ଠ ନେତା ଫାଟୁସିନେରୀ ନିକଟ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଧାରଣାରେ ବସିଛନ୍ତି । ସୀମାନ୍ତ ସଂଯୋଗ ରାସ୍ତାକୁ ଅବରୋଧ କରିଛନ୍ତି ।

ଓଡିଶା ମାଟିର କୌଣସି ଭୋଟରଙ୍କୁ ଆନ୍ଧ୍ରର ନିର୍ବାଚନରେ ଭାଗ ନେବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କୋଟିଆ ଭିତରକୁ ଯେଭଳି କୌଣସି ଆନ୍ଧ୍ରର ଅଧିକାରୀ ପ୍ରବେଶ କରିନପାରିବେ ସେଥିପାଇଁ ସଜାଗ ରହିଛନ୍ତି । ସେଠାରେ ୧୪୪ ଧାରା ଲାଗୁ ହୋଇଛି । କୋରାପୁଟ ଉପଜିଲ୍ଲାପାଳ କୋଟିଆରେ ପହଞ୍ଚି ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି । ପ୍ରତି ଜିଲ୍ଲାରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଜଣେ ଲେଖାଏଁ ଅଧିକାରୀ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.