Below header

କରୋନା ଟିକା ନେବା ପରେ ଏସବୁ ବିଷୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ, କରନ୍ତୁ ନାହିଁ ଏହି କାମ

ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଣୁ ଟିକାଦାନ ପ୍ରକିୟା ଖୁବ୍‌ ଜୋରସୋରରେ ଚାଲିଛି। ଯଦି ଆପଣ ବି କରୋନା ଟିକା ନେଉଛନ୍ତି ତେବେ କେତେକ ସ୍ୱତନ୍ତ୍ର ବିଷୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ। ତେବେ ଆସନ୍ତୁ ଜାଣିବା କୋଭିଡ୍‌ ଭ୍ୟାକ୍‌ସିନ୍‌ ନେବା ପରେ କି କି କାମ କରିବା ମନା…

କାମକୁ ଯାଆନ୍ତୁ ନାହିଁ:

ଟିକା ନେବା ପରେ ତୁରନ୍ତ କାମକୁ ଯାଆନ୍ତୁ ନାହିଁ। ଅତି କମ୍‌ରେ ୨-୩ ଦିନ ବିଶ୍ରାମ ନିଅନ୍ତୁ। କିଛି ଲୋକଙ୍କ ଶରୀରରେ ଟିକା ନେବାର ତୁରନ୍ତ ପରେ ତ ଆଉ କିଛିଙ୍କ ଠାରେ୨୪ ଘଣ୍ଟା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥାଏ।

ଭିଡ଼କୁ ଯାଆନ୍ତୁନି:

କରୋନାର ପ୍ରଥମ ଡୋଜ୍‌ ନେବା ପରେ ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ। ପୂରା ପ୍ରୋଟୋକଲ୍‌ ପାଳନ କରନ୍ତୁ।

ଯାତ୍ରା କରନ୍ତୁ ନାହିଁ:

ଏବେ ଦ୍ରୁତ ଗତିରେ ସଂକ୍ରମଣ ବଢ଼ୁଛି। ତେଣୁ ଯଦି ଆପଣ ଭ୍ୟାକ୍‌ସିନ୍‌ ନେଉଛନ୍ତି, ତେବେ ଯାତ୍ରା କରିବାରୁ ବିରତ ରୁହନ୍ତୁ। ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରବେସନ୍‌ର ଗାଇଡଲାଇନ୍‌ରେ ମଧ୍ୟ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି।

ସିଗାରେଟ୍‌ ଓ ମଦଠୁ ଦୂରେଇ ରୁହନ୍ତୁ:

ଯଦି ଆପଣ ସିଗାରେଟ୍‌ ଓ ମଦ ପିଉଛନ୍ତି, ତେବେ ଟିକା ନେବା ପରେ ଏଥିରୁ ଦୂରେଇ ରୁହନ୍ତୁ। ଅତି କମ୍‌ରେ ୩ ଦିନ ଯାଏଁ ବିଲକୁଲ ମଦ ପିଅନ୍ତୁ ନାହିଁ। ଏଥିସହ ବାହାରର ତେଲ ଛଣା ଖାଦ୍ୟଠାରୁ ମଧ୍ୟ ଦୂରେଇ ରୁହନ୍ତୁ।

ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ:

ଯଦି ଆପଣଙ୍କର କୌଣସି ଆଲର୍ଜି ସମସ୍ୟା ଅଛି, ତେବେ ଅଧିକ ସାବଧାନ ରୁହନ୍ତୁ। ଟିକା ନେବା ପରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ। କିଛି ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ବିନା ମାସ୍କରେ ଘରୁ ବାହାରନ୍ତୁନି:

ଟିକା ନେବା ପରେ ବିନା ମାସ୍କରେ ବାହାରକୁ ବାହାରନ୍ତୁ ନାହିଁ। କାରଣ ଭ୍ୟାକ୍‌ସିନ୍‌ର ଦୁଇଟି ଡୋଜ୍‌ ଲଗାଇବା ପରେ ଶରୀରରେ ଆଣ୍ଟିବଡି ତିଆରି ହୋଇଥାଏ। ଏଣୁ ଟିକେ ବି ଅବହେଳା କଲେ କରୋନା ସଂକ୍ରମଣର ଭୟ ରହିଛି।

ଶରୀରକୁ ହାଇଡ୍ରେଟ୍‌ ରଖନ୍ତୁ:

ଭ୍ୟାକ୍‌ସିନ୍‌ ନେବା ପୂର୍ବରୁ ପରେ ନିଜକୁ ହାଇଡ୍ରେଟ୍‌ ରଖନ୍ତୁ। ଡାଏଟ୍‌ରେ ଖୁବ୍‌ ଫଳ, ପନିପରିବା ଓ ନଟ୍ସ ଖାଆନ୍ତୁ। ଏହା ଶରୀରକୁ ଭିତରୁ ମଜଭୁତ କରିଥାଏ।

ଏକ୍ସରସାଇଜ୍‌ କରନ୍ତୁ ନାହିଁ:

କରୋନା ଟିକା ନେବା ପରେ କାନ୍ଧରେ ପୀଡ଼ା ହେବା ଏକ ସାଧାରଣ କଥା। ଏଣୁ ଯଦି ଆପଣ ଟିକା ନେଉଛନ୍ତି ତେବେ କିଛି ଦିନ ପର୍ଯ୍ୟନ୍ତ ଓ୍ଵାର୍କଆଉଟ୍‌ ଓ ଭାରି ଏକ୍ସରସାଇଜ୍‌ କରନ୍ତୁ ନାହିଁ। ନଚେତ୍‌ ହାତରେ ପୀଡ଼ା ବଢ଼ିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.