ଖୋର୍ଦ୍ଧା ମେଡିକାଲ ପରିସରରେ ପୁଣି ହାତୀ, ଘଉଡାଇବାକୁ ବନବିଭାଗର ଉଦ୍ୟମ ଆରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ମେଡିକାଲ ପରିସରରେ ପୁଣି ହାତୀ। ସ୍ଥାନୀୟ ଲୋକେ ହାତୀକୁ ଦେଖି ବନବିଭାଗକୁ ଖବର ଦେବା ପରେ ବନବିଭାଗର ଏକ ୭ଜଣିଆ ଟିମ୍‌ ମେଡିକାଲ ପରିସରରେ ପହଞ୍ଚିଛନ୍ତି। ହାତୀକୁ ଜଙ୍ଗଲକୁ ଘଉଡାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ଗତ କିଛି ଦିନ ତଳେ ହାତୀ ଆକ୍ରମଣରେ ରାମଚଣ୍ଡୀ ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ୪ଜଣ ଗୁରୁତର ଆହତ ହୋଇଥିଲେ। ପୂୂର୍ବରୁ ହାତୀ ପଶି ମେଡିକାଲ ପାଚେରୀ ଭାଙ୍ଗିଦେଇଥିଲେ। ଏବେ ପୁଣି ହାତୀ ପଶିଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ହାତୀର ଗତିବିଧି ଉପରେ ନଜର ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.