Below header

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୧୮୨ ନୂଆ ପଜିଟିଭ୍‌ ଚିହ୍ନଟ, ୬୭ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୧୮୨ ନୂଆ ପଜିଟିଭ୍‌ ଚିହ୍ନଟ । ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୯୮ ପ୍ରତିଶତ। ଯାହାକି ଗତକାଲି ଥିଲା ୨.୯୪ ପ୍ରତିଶତ। ୨୪ ଘଣ୍ଟାରେ ୭୩ ହଜାର ୨୭ ଟେଷ୍ଟିଂ ହୋଇଥିଲା ।

ଖୋର୍ଦ୍ଧାରୁ ସର୍ବାଧିକ ୫୧୦ ପଜିଟିଭ୍‌ ବାହାରିଛନ୍ତି । କଟକରୁ ୩୦୮, ଯାଜପୁରରୁ ୧୭୫, ବାଲେଶ୍ୱରରୁ ୧୬୧ ଓ ପୁରୀରୁ ୯୪ ରହିଛି କରୋନା କେସ୍‌। ୨୬ ଜିଲ୍ଲାରେ ୧୦୦ ତଳେ ରହିଛି ଦୈନିକ ସଂକ୍ରମଣ। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୨୧ ହଜାର ୫୪୦କୁ ହ୍ରାସ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.