Below header

ବ୍ରହ୍ମବରଦା : କଣ୍ଟେନମେଣ୍ଟ ଜୋନ୍‌ରେ ସାନିଟାଇଜ୍‌ ହେଉନି କି ଲୋକଙ୍କ ଉପରେ ଲଗାମ ନାହିଁ, ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର : ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଅଞ୍ଚଳରୁ ଜଣେ କରୋନା ପଜେଟିଭ୍‌ ବାହାରିବା ପରେ ସେହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି । ହେଲେ ଏହି ବନ୍ଦ ଅଞ୍ଚଳ ଭିତରେ ରହୁଥିବା ଲୋକେ କିନ୍ତୁ କେତେ ଅସୁବିଧାରେ ଅଛନ୍ତି ସେ କଥା ଜିଲ୍ଲା ପ୍ରଶାସନ ଠିକ୍‌ ଭାବେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏତେ ଦିନ ହେବ ଏହି ଅଞ୍ଚଳର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଚିହ୍ନଟ ହେବା ପରେ ମଧ୍ୟ ଏଠାକାର ମହେଶ୍ୱରପୁର ଗାଁକୁ ସାନିଟାଇଜ୍‌ କରାଯାଇ ନାହିଁ । ଗାଁ ଲୋକେ ଏଥିପାଇଁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ଲୋକଙ୍କ ଭିତରେ ସଂକ୍ରମଣର ଭୟ ଦେଖା ଦେଇଛି । ଅନ୍ୟ ସ୍ଥାନ ସବୁ ସାନିଟାଇଜ୍‌ ହୋଇଥିବା ବେଳେ ଏହି ଅଞ୍ଚଳଟିକୁ ଅବହେଳା କରାଯାଇଛି । ସୂଚନା ଥାଉକି, ଏହି ଅଞ୍ଚଳରୁ ହିଁ କରୋନା ପଜେଟିଭ୍‌ ଚିହ୍ନଟ ହୋଇଥିଲେ ।

3ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସାନିଟାଇଜେସନ୍‌ ଦାୟିତ୍ୱରେ ଥିବା ରସୁଲପୁର ବ୍ଲକ୍‌ ତହସିଲଦାରଙ୍କ ସ୍ଥାନୀୟ ଲୋକେ ଅଭିଯୋଗ କରି ସାରିଲେଣି । ତଥାପି କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ମହେଶ୍ୱରପୁର ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ଆହୁରି ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ସତ୍ତ୍ୱେ ଏଠାକାର ଲୋକେ ନିୟମ ନମାନି ସ୍ୱଚ୍ଛନ୍ଦରେ ବୁଲାବୁଲି କରୁଛନ୍ତି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.