Below header

ଲକଡାଉନ ପାଇଁ ଓଡ଼ିଶାରେ ଅଟକି ଯାଇଛି ଟ୍ରକମାନଙ୍କର ଚକ, ଅଖ ଓ ଗତି, ଭୋକ ସହିତ ଲଢେଇ କରୁଛନ୍ତି ବାହାର ରାଜ୍ୟର ଟ୍ରକ ଡ୍ରାଇଭର ଓ ହେଲ୍ପର ମାନେ

ବାଲେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲାର ୬୦ ନମ୍ବର ଜାତୀୟ ରାଜପଥ । ଲମ୍ବିଛି କୋଲକାତାରୁ ଭୁବନେଶ୍ୱର ଯାଏ । ହେଲେ ଏଇ ଲମ୍ବା ଅସରନ୍ତି ରାସ୍ତା କଡ଼ରେ ଧାଡ଼ି ହୋଇ ଠିଆ ହୋଇଛନ୍ତି ମାଲବାହୀ ଟ୍ରକ୍‌ ସବୁ । ଅଟକି ଯାଇଛି ସେମାନଙ୍କ ଚକ, ଅଖ ଓ ଗତି । ଏମାନେ ବି ଶିକାର ହୋଇଛନ୍ତି କରୋନା ଲକ୍‌ଡାଉନ୍‌ର । ହେଲେ ଏଇ ଟ୍ରକ୍‌ ଗୁଡ଼ିକ ସିନା ଯନ୍ତ୍ର ଚାଳିତ କିନ୍ତୁ ଏମାନଙ୍କୁ ଚଳାଉଥିବା ଡ୍ରାଇଭର ଓ ଏଥିରେ ଥିବା ହେଲପରମାନେ ତ ମଣିଷ । ଏମାନଙ୍କ ଯାଆ ଆସ ଓ ପେଟପାଟଣାରେ ବି ତାଲା ପଡ଼ି ଯାଇଛି । ରାସ୍ତା କଡ଼ରେ ଅଟକି ରହିଛନ୍ତି ଦିନ ଦିନ ଧରି ।

TRUCK-1

ସେହି ରାସ୍ତା ଉପରେ ନିତ୍ୟକର୍ମ କରିବାକୁ ପଡୁଛି । କିଏ ଟ୍ରକ୍‌ ଭିତରେ ତ କିଏ ଟ୍ରକ୍‌ ତଳେ ରୋଷେଇ କରି ଖାଇବା ଯୋଗାଡ଼ କରୁଛି । ଧୀରେ ଧୀରେ ମାଲିକ ଦେଇଥିବା ପଇସା ସରି ଆସିଲାଣି । ମାଲିକ ପଇସା ପଠାଇଲେ ବି କିଣିବାକୁ ଜିନିଷ ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ଫୋନ୍‌ରେ ବାଲାନ୍ସ ସରିଗଲାଣି । ଘର ସହିତ ବି ଭଲରେ ସମ୍ପର୍କ ହୋଇ ପାରୁନି ।

TRUCK-4

କାହା ଘର ଉତ୍ତର ପ୍ରଦେଶ ତ ଆଉ କାହା ଘର ବିହାରରେ । ହାତରେ କାମ ନାହିଁ, ଘରକୁ ଯିବାକୁ ଇଚ୍ଛା । ହେଲେ କଟକଣା ଯୋଗୁଁ ତାହା ବି ସମ୍ଭବ ହେଉନି । ତେଣୁ ଟ୍ରକ୍‌ ତଳେ ଶୋଇ ଯାଉଛନ୍ତି । ଲକ୍‌ଡାଉନ୍‌ ହଟିଲେ ଗାଡ଼ି ଚାଲିବ । ହେଲେ ସେ ପର୍ଯ୍ୟନ୍ତ ଏମିତି ଢୋକେ ପିଇ ଦଣ୍ଡେ ଜୀଇବାକୁ ପଡ଼ିବ । ତେବେ କେତେଦିନ ସହିବାକୁ ହେବ ଏଇ ଦୁଃଖ ସେ କଥା କିଏ କହିବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.