Below header

ଆମେରିକା ପାଇଁ ଅଭିଶାପ ହୋଇପାରେ କରୋନା: ବିଶେଷଜ୍ଞ କହିଲେ, ଯାଇପାରେ ଏକରୁ ଦୁଇ ଲକ୍ଷ ଲୋକଙ୍କ ଜୀବନ

କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚୀନ୍‌ ହୋଇଥିଲେ ମଧ୍ୟ ଆମେରିକାରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ରୋଗରେ ଆମେରିକାରେ ୧୪୨୭୯୩ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୪୯୦ ଲୋକଙ୍କର ମୃତ୍ୟୁ ହୋଇଛି ।

ତେବେ ଆଗାମୀରେ କରୋନା ଆମେରିକା ପାଇଁ ଅଭିଶାପ ହୋଇପାରେ । ସଂକ୍ରମଣରେ ୧ ଲକ୍ଷରୁ ୨ ଲକ୍ଷ ଲୋକଙ୍କ ପ୍ରାଣହାନୀ ହୋଇପାରେ ବୋଲି ଆମେରିକା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଲର୍ଜି ଆଣ୍ଡ ଇନ୍‌ଫେକ୍‌ସନ୍‌ ଡିଜିଜ୍‌ର ନିର୍ଦ୍ଦେଶକ ଏନ୍ଥନୀ ଫାଁକୀ ସିଏନ୍‌ଏନ୍‌କୁ ଏକ ସାକ୍ଷାତକାରରେ କହିଛନ୍ତି ।

ବିଶ୍ୱରେ ଏବେ ୬ ଲକ୍ଷ ୮୪ ହଜାର ୬୫୨ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୨ ହଜାର ଲୋକଙ୍କ ପ୍ରାଣହାନୀ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.