Below header

ଯାଜପୁର: କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ କର୍ତ୍ତବ୍ୟରେ ଅବହେଳା, ୩ ଜଣ ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଯାଜପୁର ଟାଉନ(କେନ୍ୟୁଜ୍): ଲକଡାଉନକୁ ସଫଳ କରିବା ପାଇଁ ପୁରା ଦମରେ ଲାଗିଛି ଯାଜପୁର ଜିଲ୍ଲା ପ୍ରଶାସନ । ଏହି ସମୟରେ କାର୍ଯ୍ୟରେ ଅବହେଳା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପଛେଇ ନାହିଁ ଜିଲ୍ଲା ପ୍ରଶାସନ । ଆଜି ଜିଲ୍ଲାରେ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହ ଜଣେ ସହକାରୀ ବ୍ଲକ ଅଧିକାରୀଙ୍କ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ ସହ ୫ଜଣ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀଙ୍କୁ ନିଲମ୍ବିତ କଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ।

ଆଜି ଜିଲ୍ଲାପାଳ ତାଙ୍କ ଗସ୍ତ ସମୟରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ହେମନ୍ତ କୁମାର ନାୟକ ଅନୁପସ୍ଥିତ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସେହିପରି କରୋନା ସହ ସଂଗ୍ରାମ ଚାଲିଥିବା ସମୟରେ ଯାଜପୁର ସିଡିପିଓ ସରିତା ନାୟକ ଏବଂ ଧର୍ମଶାଳା ସିଡିପିଓ ସଂଯୁକ୍ତା ସାହୁ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏଥିସହ ନିୟନ୍ତ୍ରିତ ବଜାର କମିଟିର ୫ଜଣ କର୍ମଚାରୀ ସାମନ୍ତ ଭିକାରୀ ଚରଣ ଧୀର,ନରେଶ ଚନ୍ଦ୍ର ସାହୁ,ଗଦାଧର ସାହୁ, ଚିତ୍ତରଞ୍ଜନ ନାୟକ ଓ ସହଦେବ ମଲିକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ଶ୍ରୀ ଦାସ । ସେହିପରି ଦାନଗଦି ବ୍ଲକର ଏବିଡିଓ ଅଜୟକୃଷ୍ଣ ଦ୍ୱିବେଦୀଙ୍କୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.