ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆଜିଠୁ ଷ୍ଟେସନରେ ସ୍କ୍ରିନିଂ ଡେସ୍କ ବ୍ୟବସ୍ଥା, ୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ସ୍ୱତନ୍ତ୍ର ନଜର

ଭୁବନେଶ୍ବର: ଆଜିଠୁ ଷ୍ଟେସନରେ ସ୍କ୍ରିନିଂ ଡେସ୍କ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ୱର ରେଳଷ୍ଟେସନରେ ସ୍କ୍ରିନିଂ ଡେସ୍କ ଖୋଲାଯାଇଛି । ୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଥର୍ମାଲ ସ୍କ୍ରିନିଂ କରାଯାଇଛି ।

ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ୧୨ ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ନ ନଜର ରଖାଯିବ । ଏହି ଡେସ୍କ ମାଧ୍ୟମରେ ଯାତ୍ରୀମାନଙ୍କ ସ୍କ୍ରିନିଂ କରାଯିବ । କରୋନା ଲକ୍ଷଣ ଦେଖାଗଲେ, ସେମାନଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ । ରେଲେଓ୍ଵ ଷ୍ଟେସନର ପ୍ରସ୍ଥାନ ଦ୍ୱାରରେ ଏହି ସ୍କ୍ରିନିଂ ସେଣ୍ଟର ଖୋଲାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.