Below header

ଭୁବନେଶ୍ୱରରେ ଚାକିରି ଦେବାକୁ କହି ଠକିନେଲେ ୫୫ ଲକ୍ଷ ଟଙ୍କା ! ଜଣଙ୍କୁ ଗିରଫ କଲା ଧଉଳି ପୋଲିସ୍, ଲେଡି ମାଷ୍ଟର ମାଇଣ୍ଡ ଫେରାର୍

ଭୁବନେଶ୍ୱର: ଭୁବନେଶ୍ୱରରେ ହିନ୍ଦି ଫିଲ୍ମ ବଣ୍ଟି ଔର ବବଲି ଷ୍ଟାଇଲ୍‌ରେ ଠକେଇ । ଚାକିରି ଦେବାକୁ କହି ଠକିନେଲେ ୫୫ ଲକ୍ଷ ଟଙ୍କା । ସରୋଜ ଜେନା ନାମକ ବ୍ୟକ୍ତିକୁ ଜଗତସିଂପୁରର ମେରାଇନ ଥାନା ଅଞ୍ଚଳରୁ ଗିରଫ କରିଛି ଧଉଳି ପୋଲିସ । ଏହି ମାମଲାରେ ମାଷ୍ଟରମାଇଣ୍ଡ ରଶ୍ମୀଲତା ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଛି ।

ଭୁବନେଶ୍ୱରର ଧଉଳି ନୂଆଗାଁରେ କନ୍‌ସଲ୍‌ଟାନ୍‌ସି କରି ଦମ୍ପତି ପ୍ରଥମେ ଜାଲ ବିଛାଉଥିଲେ । ଏସଆଇ ଠାରୁ ଆରମ୍ଭ କରି ରେଲୱେ ଚାକିରୀ କରାଇବା ସହ ନାମୀଦାମୀ କମ୍ପାନିରେ ଚାକିରି କରାଇବା ନାଁରେ କରୁଥିଲେ ଠକେଇ । ପ୍ରଥମେ ଅନଲାଇନରେ ବିଜ୍ଞାପନ ଦେଇ ଟାର୍ଗେଟ କରୁଥିଲେ । ପରେ ସେମାନଙ୍କ ସହ ଯୋଗଯୋଗ କରି ବିଶ୍ୱାସ ଜିତୁଥିଲେ । ଜଣଙ୍କ ପିଛା ଏକ ଲକ୍ଷରୁ ଆରମ୍ଭ କରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଠକେଇ କରି ଧରାଛୁଆଁ ଦେଉନଥିଲେ ।

୧୦ରୁ ୧୫ ଜଣଙ୍କ ଠାରୁ ଠକେଇ କରିବା ପରେ ଅଫିସ ଛାଡି ପଳାଇଥିଲେ । ସେମାନେ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରୁ ୫୫ ଲକ୍ଷ ଟଙ୍କା ଠକି ନେଇଥିବା ପୋଲିସ ସନ୍ଦେହ କରୁଛି । ଗିରଫ ସରୋଜଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରିପାରେ । ଠକାମୀର ଶିକାର ହୋଇଥିବା ସୁନ୍ଦରଗଡର ସତ୍ୟରଂଜନ ଜେନା ଓ ଫୁଲବାଣୀର ବିଜୟ ପ୍ରଧାନ ଧଉଳି ଥାନାରେ ଅଭିଯୋଗ କରିଥିଲେ । ଜଗତସିଂହପୁର ମେରାଇନ ଥାନାର ବନ୍ଦର ଗାଁରୁ ଅଭିଯୁକ୍ତ ସରୋଜ ଜେନାକୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.