Below header

ଏବେଠୁ ସର୍ବସାଧାରଣରେ ଛେପ ପକାଇବା ମନା, ସାରା ରାଜ୍ୟରେ ଲାଗୁ ହେଲା କଟକଣା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏବେଠୁ ସର୍ବସାଧରଣରେ ଛେପ ପକାଇଲେ ଦଣ୍ଡିତ ହେବେ । ଏହି ନିୟମକୁ ସାରା ରାଜ୍ୟରେ ଲାଗୁ କରାଯାଇଛି । ବାହାରେ ଛେପ ପକାଇଲେ ପ୍ରଥମ ତିନିଥର ୨୦୦ ଓ ପରେ ୫୦୦ ଟଙ୍କା ଫାଇନ୍‌ ଦେବାକୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବ୍ଲକ୍‌ ସମ୍ପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ଥାନା ଏଏସ୍‌ଆଇ ଏବଂ ଓ୍ଵାର୍ଡ଼ ଅଫିସର ପ୍ରମୁଖ ଫାଇନ୍‌ କରି ପାରିବେ ।

ପୂର୍ବରୁ ଗଞ୍ଜାମ ଓ ଭଦ୍ରକ ଜିଲ୍ଲା ଭଳି କେତେକ ଜାଗାରେ ଏହି କଟକଣା ଜାରି କରାଯାଇଥିଲା । ତେଣୁ ପାନଖିଆ ଓ ସ୍ୱଚ୍ଛତାକୁ ମାନୁନଥିବା ଲୋକେ ଏବେ ସାବଧାନ ହୋଇଯାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.