Below header

କରୋନା ବିରୋଧୀ ଲଢେଇରେ ଆଗକୁ ଆସିଲେ ସଲମାନଙ୍କ ଏହି ହିରୋଇନଙ୍କ ପତି, କ୍ଵାରେଣ୍ଟିନ ସେଣ୍ଟର କରିବାକୁ ଦାନ କଲେ ନିଜ ହୋଟେଲ

ପୁରା ଦେଶ ଏବେ କରୋନା କାୟାରେ କବଳିତ । ଦେଶରେ ଏଭିତରେ ୧୩,୩୮୭ ଟି ମାମଲା ସାମ୍ନାକୁ ଆସି ସାରିଲାଣି ପୁରା ଦେଶ ଏବେ କରୋନା କାୟାରେ କବଳିତ । ଦେଶରେ ଏଭିତରେ ୧୩,୩୮୭ ଟି ମାମଲା ସାମ୍ନାକୁ ଆସି ସାରିଲାଣି । କରୋନା ପ୍ରକୋପକୁ ରୋକିବା ପାଇଁ ଏଥିରେ ଅନେକ ଫିଲ୍ମ ଜଗତର ବଡ ବଡ ସେଲିବ୍ରିଟି ମାନେ ବି ସାହାଯ୍ୟର ହାତ ବଢ଼ାଇଛନ୍ତି । ଏଭିତରେ ସଲ୍ମାନଙ୍କ ଜଣେ ହିରୋଇନ ତଥା ପତି ବି କରୋନା ନେଇ ସାହାଯ୍ୟ କରିବାକୁ ପାଦ ବଢ଼ାଇଛନ୍ତି । ପ୍ରକୃତରେ “ୱାଣ୍ଟେଡ” ଫିଲ୍ମରେ ସଲ୍ମାନଙ୍କ ହିରୋଇନ ଭୂମିକାରେ ନଜରକୁ ଆସିଥିବା ଆଇସା ଟାକିଆଙ୍କ ସ୍ୱାମୀ ଫରହାନ ଆଜମୀ ସାହାଯ୍ୟର ହାତ ବଢ଼ାଇଛନ୍ତି ।

salman khan

ଏନେଇ ଫରହାନ ଆଜମୀ “ମୁମ୍ବାଇ ମହାନଗର ନିଗମ” ବା ବିଏମ୍ସିକୁ ନିଜ ଗଲ୍ଫ ହୋଟେଲକୁ କ୍ଵାରିଣ୍ଟିଂନ ସେଣ୍ଟର କରିବା ପାଇଁ ଦାନ କରିଛନ୍ତି । ଏବିଷୟରେ ସୂଚନା ଫରହାନ ନିଜେ ହିଁ ସୋସିଆଲ ମିଡିଆରେ ଦେଇଥିଲେ । ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଛନ୍ତିକି, ଗଲ୍ଫ ହୋଟେଲ ନିଶ୍ଚିତ ରୂପେ ସମ୍ମାନ ପାଇବା ଯୋଗ୍ୟ । ଏହି ହୋଟେଲ ବିଭିନ୍ନ ଅସୁବିଧା ସମୟରେ କୌଣସି ନା କୌଣସି ଉପାୟରେ କାମରେ ଆସିଛି । ୧୯୯୩ ମସିହାରେ ହୋଇଥିବା ମୁମ୍ବାଇ ଦଙ୍ଗା ସମୟରେ ବି ଧରାଭି, ପ୍ରତୀକ୍ଷା ନଗର ପରି ଅଞ୍ଚଳ ଗୁଡିକର ଲୋକେ ଏଠାରେ ଅବସ୍ଥାନ କରିଥିଲେ । ଆଜିର କରୋନା ସଙ୍କଟ ସମୟରେ ବି ଏହା କାମରେ ଆସିବାକୁ ଯାଉଛି । ପ୍ରକୃତରେ ଫରହାନଙ୍କ ଏହି ହୋଟେଲ ଟି ସାଉଥ ମୁମ୍ବାଇରେ ଅବସ୍ଥିତ ।

ଦେଶ ଉଦ୍ଦେଶ୍ୟରେ ଫରହାନଙ୍କ ଏହି ସାହାଯ୍ୟକୁ ଫ୍ୟାନ୍ସ ମାନେ ଖୁବ ପ୍ରଶଂସା କରିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । ଏଇ ନିକଟରେ ହିଁ ଫରହାନ ଲୋକଙ୍କୁ ଜରୁରୀ ସାମଗ୍ରୀ ପହଞ୍ଚାଇଥିଲେ | କହିରଖିବା ଉଚିତ ହେବକି, ୨୦୦୯ ମସିହାରେ ହିଁ ଫରହାନ ଓ ଆଇସା ଟାକିଆଙ୍କ ବିବାହ ହୋଇଥିଲା । ଆଇସା ଟକିଆଙ୍କ କ୍ୟାରିଅରକୁ ଯଦି ଦେଖାଯାଏ ତେବେ ସେ ଅନେକ ଦିନ ଧରି ଫିଲ୍ମ ଜଗତରୁ ଦୁରେଇ ଅଛନ୍ତି । ମାତ୍ର ୪ ବର୍ଷ ବୟସରେ ମଡେଲିଂ ଆରମ୍ଭ କରିଥିବା ଆଇଶା ଟାର୍ଜନ ଦ ବୋଣ୍ଡର କାର, ୱାଣ୍ଟେଡ, ଦିଲ ମାଙ୍ଗ ମୋର, ସାଦୀ ନମ୍ବର ବନ ପରି ସିନେମାରେ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.