Below header

‘ମା’ ଅଧାରୁ ଛାଡି ଚାଲିଗଲା ଆଉ ବାପା ବାଙ୍ଗାଲୋରରେ, ଆମେ ଏବେ ବୁଢୀମା ସହିତ କେମିତି ବଞ୍ଚିବୁ, କ’ଣ ଖାଇବୁ’

ଛୋଟ ପିଲା, ସବୁବେଳେ ଖେଳକୁଦରେ ମନ। ମନ ମୁତବାକ ଖେଳିବା, ଡେଇଁବା, ଖାଇବାରେ ସବୁବେଳେ ତାଙ୍କର ମନ ରହିଥାଏ । ବାପା ମା’ଙ୍କ ପାଖରେ ଅଳି ଅଝଟ କରନ୍ତି। ଟିଭି ଦେଖିବାକୁ ଜିଦ କରନ୍ତି। ବିଭିନ୍ନ ପ୍ରକାର ଖେଳନା ସହିତ ଖେଳିବାକୁ ଭଲପାଆନ୍ତି।। ପରିବାରର ବୋଝ କ’ଣ ସେମାନେ ଜାଣିନଥାନ୍ତି। କିନ୍ତୁ ଯେତେବେ ଛୋଟ ବେଳେ ନିଜର ବାପା ମା’ଙ୍କୁ ହରାନ୍ତି, କ’ଣ କରିବେ ନିଜେ ବୁଝିପାରନ୍ତି ନାହିଁ। ଛୋଟ ଶିଶୁ ଉପରେ ପଡିଯାଏ ପରିବାରର ବୋଝ।

22

ଯେଉଁମାନେ ଯୌଥ ପରିବାରରେ ଚଳୁଛନ୍ତି, ସେମାନଙ୍କ କଥା ତ ଟିକେ ଭିନ୍ନ। କିନ୍ତୁ ଯେଉଁମାନେ ଏକକ ପରିବାରରେ ଚଳୁଛନ୍ତି, ସେହିପଲାମାନେ କରିବେ କ’ଣ। ଯଦି ସେମାନଙ୍କ ମୁଣ୍ଡ ଉପରୁ ବାପା ମା’ଙ୍କ ଆଶୀର୍ବାଦ ପଳାଏ। ଯେଉଁ ବୟସରେ ଖେଳକୁଦ କରିବା କଥା, ସେହି ବୟସରେ ନିଜର ପେଟ ପୋଷିବାକୁ କିପରି ବଞ୍ଚିବେ ସେ କଥା ଚିନ୍ତା କରନ୍ତି। ବିଭିନ୍ନ ସ୍ଥାନରେ ମୂଲ ଲାଗନ୍ତି, ଆଉ ଯଦି ଦେହ ଖରାପ ହୁଏ, ତେବେ ତା’ ପରେ କ’ଣ ହେବ ସେକଥା ମଧ୍ୟ ଚିନ୍ତା କରନ୍ତି ନାହିଁ। ରୋଗରେ ପଡିବା ପରେ ମଧ୍ୟ ନିଜ ପେଟର ଭୋକ ପାଇଁ ସଦେହର ଯତ୍ନ ନେଇପାରନ୍ତି ନାହିଁ। ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲାର ଶିବନାରାୟଣପୁରରେ ଦେଖିବାକୁ ମିଳିଛି।

ww

 

ଘଟଣା ମୁତାବକ, ହାଟଡିହି ବ୍ଲାକ ଶିବନାରାୟଣପୁର ଗାଁରେ ରହୁଥିଲେ ବାବୁଲି ସାହୁ ଏବଂ ଭାନୁମତିଙ୍କ ପରିବାର। ବାବୁଲିର ଦୁଇଟି ପିଲା। କୌଣସି କାରଣ ଯୋଗୁଁ ଭାନୁମତିଙ୍କର ମୃତ୍ୟୁ ହୋଇଯିବ ପରେ ଭାନୁମତିଙ୍କ ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ l ଏହି ଘଟଣାରେ ସ୍ୱାମୀ ବାବୁଲିଙ୍କୁ ଗିରଫ କରାଯାଇ ଜେଲ ପଠାଇଦିଅଗଲା l ହେଲେ ଘରେ ରହିଗଲେ ଦୁଇ ଶିଶୁ । ଆଉ ଏମାନଙ୍କର ଯତ୍ନ ନେଲେ ବୃଦ୍ଧା ବୁଢୀମା ଏବଂ ବଡବାପା।

23

କିନ୍ତୁ ଦଇବ ବିଡମ୍ବନା ଏମିତି ଯେ, ଏହି ଦୁଇ ଶିଶୁ ମଧ୍ୟ ରୋଗରେ ପୀଡିତ ହେଲେ। ବାବୁଲିଙ୍କ ପୁଅ ପୋଲିଓ ରୋଗରେ ପୀଡିତ ଥିବା ବେଳେ ଝିଅ କିଡନୀ ରୋଗରେ ପୀଡିତ ହୋଇ ଜୀବନ ଜିଉଁଛନ୍ତି। କିନ୍ତୁ ପରିବାର ପାଇଁ ବାଧକ ସାଜିଲା ଅର୍ଥ l ଚିକିତ୍ସା ହୋଇ ପାରିଲ ନାହିଁ l ପତ୍ନୀକୁ ହତ୍ୟା କରିଥିବା ଅଭିଯୋଗରେ ଜେଲ ଯାଇଥିବା ବାବୁଲି ମୁକୁଳିବା ପରେ ପୁଅ ଝିଅଙ୍କ ପାଇଁ ଅର୍ଥ ରୋଜଗାର ଲକ୍ଷ୍ୟରେ ସୁଦୂର ବାଙ୍ଗାଲୋର କାମ କରିବାକୁ ଗଲେ l ହେଲେ ଏବେ ଲକଡାଉନ ଘରକୁ ଫେରି ପାରୁନାହାନ୍ତି ବାବୁଲି l ଏବେ ବୁଢିମା ଦୁଇ ନାତିନାତୁଣୀକୁ ଧରି ଜୀବନ କାଟୁଥିବା ବେଳେ ଅର୍ଥ ଅଭାବ ଚିନ୍ତାକୁ ବଢାଇଦେଇଛି। ଏହା ସହତି ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ। ଏମାନଙ୍କ ପାଖକୁ ସରକାରୀ ସାହାଯ୍ୟ ପହଞ୍ଚି ପାରିଲେ ହୁଏତ, ସେମାନଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଆସି ପାରନ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.