ଗଞ୍ଜାମ ଜିଲ୍ଲାପାଳଙ୍କ ମହାନତା: ନିଜେ ରକ୍ତ ଦାନ କରି ମୋବାଇଲ୍ ରକ୍ତ ସଂଗ୍ରହ ଯାନର କଲେ ଶୁଭାରମ୍ଭ

ଗଂଜାମ : ଲକ୍ ଡାଉନ୍ ସମୟରେ ରକ୍ତର ଅଭାବ ଲାଗି ରହିଥିବା ବେଳେ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି ମୋବାଇଲ୍ ରକ୍ତ ସଂଗ୍ରହ ଯାନ । ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଥମେ ରକ୍ତ ଦେଇ ଭ୍ୟାନ୍ ର ଶୁଭାରମ୍ଭ କରିଥିଲେ । ଭ୍ୟାନ୍ ମଧ୍ୟରେ ଶୀତ ତାପ ନିୟନ୍ତ୍ରିତ ରହିଛି । ରକ୍ତ ଦାତା ମାନେ ରକ୍ତ ଦାନ ଦେବା ପାଇଁ ଉତ୍ସାହିତ ହେବେ ବୋଲି କହିଛନ୍ତି ଜିଲ୍ଲାପାଳ । ପୂର୍ବରୁ ଗାଁରେ ହେଉ କିମ୍ବା ସହରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଉଥିଲା । ଏଣିକି ଯେଉଁ ସ୍ଥାନରେ ଶିବିର କରିବା ପାଇଁ କିଛି ଅସୁବିଧା ହୁଏ ତାହା ହେଲେ ଏହି ମୋବାଇଲ୍ ଭ୍ୟାନ୍ ଗାଁରେ ପହଞ୍ଚି ରକ୍ତ ସଂଗ୍ରହ କରିବ । ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ରକ୍ତ ଅଭାବ ଯେପରି ରହିବ ନାହିଁ ସେଥିପାଇଁ ଗୁରୁତ୍ୱ ଦେଉଛନ୍ତି ସରକାର । ତେବେ ଲକ୍ ଡାଉନ୍ ସମୟରେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଥାଇ ସୁଦ୍ଧା ଜିଲ୍ଲାପାଳ ରକ୍ତ ଦେବା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.