Below header

ରାଖୀ ସାୱନ୍ତ ୮ ମାସ ପରେ ସେୟାର କଲେ ନିଜ ବିବାହର ଫଟୋ, ଲାଲ ଜୋଡାରେ ସ୍ୱାମୀଙ୍କ ହାତ ଧରିଥିବାର ଆସିଲେ ନଜର

ସବୁବେଳେ ନୂଆ ନୂଆ ଡ୍ରାମା କରି ଫ୍ୟାନମାନଙ୍କୁ ଚମକାଇ ଦେଉଥିବା ରାଖୀ ସାୱନ୍ତ ଶେଷରେ ନିଜ ବିବାହର ଫଟୋ ସେୟାର କରିଛନ୍ତି। ଏଥିରେ ସେ ଲାଲ ଜୋଡାରେ ନଜର ଆସୁଛନ୍ତି। ଫଟୋ ସେୟାର କରି ରାଖୀ କ୍ୟାପସନ ଲେଖିଛନ୍ତି, ‘ମୋ ବିବାହର ଫଟୋ’। ତେବେ ଲଗାତାର 8 ମାସ ଧରି ସେ ଯାହା କରି ଆସୁଥିଲେ, ଏଥର ବି ଠିକ ସେୟା କରିଛନ୍ତି। ଫଟୋରେ ସେ ତାଙ୍କ ସ୍ୱାମୀଙ୍କ ମୁହଁ ଲଚାଇଛନ୍ତି। ବଡ଼ ଚାଲାକିର ସହ କାହା ହାତକୁ ନିଜ ହାତରେ ରଖିଛନ୍ତି। ତାଙ୍କ ଅନୁସାରେ ଏହି ହାତ ତାଙ୍କ ସ୍ୱାମୀଙ୍କର, କିନ୍ତୁ ଲୋକମାନେ ତାଙ୍କ ମୁଁହ ଦେଖାଇବାକୁ କହିଛନ୍ତି।

 

View this post on Instagram

 

Meri shadi ki picture

A post shared by Rakhi Sawant (@rakhisawant2511) on

ସୂଚନାଥାଉ କି, ବିବାହକୁ ନେଇ ଅନେକ ଡ୍ରାମା ପରେ ରାଖୀ ଗତବର୍ଷ ଅଗଷ୍ଟରେ ଖୁଲାସା କରିଥିଲେ କି, ତାଙ୍କ ବିବାହ ହୋଇଯାଇଛି। ସେ କହିଥିଲେ, ଏନଆରଆଇ ଫ୍ୟାନଙ୍କ ସହିତ ବହୁତ ବ୍ୟକ୍ତିଗତ ଉତ୍ସବରେ ସେ ବିବାହ କରିନେଇଛନ୍ତି। ହେଲେ ତାଙ୍କ ସ୍ୱାମୀ ମିଡ଼ିଆ ସାମ୍ନାକୁ ଆସିବା ପାଇଁ ଚାହୁଁନାହାନ୍ତି। ତେଣୁ ସେ ତାଙ୍କ ଫଟୋ ସେୟାର କରୁନାହାନ୍ତି।

ତେବେ ଏକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ 2019 ଜୁଲାଇ 28ରେ ରାଖୀ ବିବାହ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ରାଖୀଙ୍କ ପାଇଁ ସ୍ଵୟମ୍ବର କରାଯାଇଥିଲା, କିନ୍ତୁ ସେ ବିବାହ କରି ନ ଥିଲେ। ପରେ ଦୀପକ କଲାଲଙ୍କୁ ବିବାହ କରିଥିବା ନେଇ ପ୍ରେସ କନଫେରେନ୍ସ କରିଥିଲେ। ହେଲେ ଦୀପକ ଏହାକୁ ପ୍ରମୋଶନ ଷ୍ଟଣ୍ଟ ବୋଲି କହିଥିଲେ। କେବଳ ଏତିକିରେ ସାରିଯାଇ ନ ଥିଲା ତାଙ୍କ ଡ୍ରାମାବାଜି। ରଖୀ ମାଆ ହେବାକୁ ଯାଉଥିବା ଖବରଠାରୁ ଆରମ୍ଭ କରି ଏକା ଏକା ହାନିମୁନ କରିବା, ସ୍ୱାମୀଙ୍କଠାରୁ ଧୋକା ମିଳିବା, ଏ ସବୁକିଛି ସାମିଲ ଥିଲା।

 

View this post on Instagram

 

A post shared by Rakhi Sawant (@rakhisawant2511) on

ସେ ବିବାହ ପୂର୍ବରୁ ବି ମଥାରେ ସିନ୍ଦୂର ଲଗାଉଥିବା ଦେଖିବାକୁ ମିଳୁଥିଲା। ତେବେ ରାଖୀ ଲକଡାଉନରେ ନିଜ ବିବାହ ଫଟୋ ସେୟାର କରି ପୁଣିଥରେ ଚର୍ଚ୍ଚାରେ ରହିବାକୁ ଏକ ନୂଆ ରାସ୍ତା ବାହାର କରିନେଇଛନ୍ତି। ଯଦି ସେ ଆଗକୁ ବି ଏମିତି ସବୁ ଜାରି ରଖିବେ, ତେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର କଥା ରହିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.