Below header

ଟେଲିକମ କମ୍ପାନୀର ଅନୁରୋଧ, ମିମ୍ସ, ଜୋକ ଏବଂ ଭିଡିଓ ସେୟାର କରିବା ବନ୍ଦ କରନ୍ତୁ

କରୋନା ଭାଇରସକୁ ନେଇ ସାରା ଦୁନିଆ ଏବେ ଚିନ୍ତାରେ । ସ୍ପେନ୍, ଆମେରିକା, ଇରାନ, ଇଟାଲି ଓ ଭାରତ ଭଳି ଅନେକ ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଅନେକ ଗୁଡିଏ କମ୍ପାନୀ ନିଜ କର୍ମଚାରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୱାର୍କ୍ ଫ୍ରମ୍ ହୋମ୍ ଲାଗୁ କରିଦେଇଛନ୍ତି । ତେବେ ଲୋକମାନେ ଘରେ ବନ୍ଦୀ ହେବା କାରଣରୁ ଇଣ୍ଟରନେଟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଜାମ୍ ହୋଇପଡିଛି । କାରଣ ଘରେ ଥିବା କାରଣରୁ ଲୋକମାନେ ଏବେ ଭରପୁର ଇଣ୍ଟରନେଟର ବ୍ୟବହାର କରୁଛନ୍ତି । ଯେପରିକି ଭିଡିଓ ଗେମ୍ ଖେଳିବା, ସୋସିଆଲ ମିଡିଆରେ ମିମ୍ସ ଏବଂ ଜୋକ ସେୟାର କରିବା ଇତ୍ୟାଦି । ତେବେ ଏହି କାରଣରୁ ନେଟ୍ ସ୍ପିଡ୍ ବହୁତ୍ କମ୍ ହୋଇଯାଇଛି । ସେଥିପାଇଁ ରୁଷର ସବୁଠାରୁ ବଡ ଟେଲିକମ୍ କମ୍ପାନୀ MTS ଲୋକମାନଙ୍କୁ ଅନୁରୋଧ କରିଛି ଯେ କରୋନା ଭାଇରସକୁ ନେଇ ଭିଡିଓ, ମିମ୍ସ ଏବଂ ଫଟୋ ସୋସିଆଲ ମିଡିଆରେ ସେୟାର କରିବା ବନ୍ଦ କରନ୍ତୁ । କାରଣ ଏହାଦ୍ୱାରା ନେଟୱାର୍କ ଉପରେ ବହୁତ ପ୍ରଭାବ ପଡ଼ିବା ସହିତ ଇଣ୍ଟରନେଟ ସେବାରେ ବାଧା ସୃଷ୍ଟି ହେଉଛି ।

Stop sharing appeals, mimes and videos of Russia's telecom company

MTSର ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ମିମ୍ସ ବନାଇବା ଏବଂ ସେୟାର କରିବା ଭଲକଥା କିନ୍ତୁ ବିଶ୍ୱର ଏଭଳି ସଂକଟ ସ୍ଥିତିରେ ନେଟୱାର୍କ ଏବଂ ଇଣ୍ଟରନେଟର ଧ୍ୟାନ ରଖିବା ମଧ୍ୟ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଏହାସହିତ ଆଲେକ୍ସି ମଧ୍ୟ ଏହି ପରିପ୍ରେକ୍ଷୀରେ ଲୋକମାନଙ୍କୁ ଅନୁରୋଧ କରି କହିଛି ଯେ ଅନଲାଇନରେ ଫିଲ୍ମ ଏବଂ ଭିଡିଓ ଦେଖିବା ପାଇଁ ମନା କରାଯାଉନାହିଁ କିନ୍ତୁ ମିମ୍ସ ଏବଂ ହେଭି ଭିଡିଓ ସେୟାର କରିବା ଦ୍ୱାରା ନେଟୱାର୍କ ଉପରେ ବହୁତ୍ ପ୍ରଭାବ ପଡୁଛି । ଏପରିସ୍ଥଳେ ଲୋକମାନଙ୍କୁ ଏନେଇ ସଚେତନ ହେବା ଆବଶ୍ୟକ ।

ସୂଚନା ଅନୁଯାୟୀ ରୁଷରେ MTS ର ପ୍ରାୟ 8 କୋଟି ଗ୍ରାହକ ରହିଛନ୍ତି । କରୋନା ଭାଇରସ୍ ଯୋଗୁଁ ହଜାର ହଜାର ଲୋକ ଏବେ ଘରେ ରହି କାମ କରୁଛନ୍ତି କିନ୍ତୁ ସୋସିଆଲ ମିଡ଼ିଆରେ ମିମ୍ସ, ଜୋକ ଓ ଭାଇରାଲ୍ ଭିଡିଓ ଅଧିକ ମାତ୍ରାରେ ସେୟାର ହେବା କାରଣରୁ ନେଟୱାର୍କ ଜାମ୍ ହୋଇଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.