Below header

କରୋନାକୁ ନେଇ ପୁଣିଥରେ ବଢିଲା ଚୀନର ଚିନ୍ତା, ଠିକ୍ ହୋଇଯାଇଥିବା ଲୋକଙ୍କ ଠାରେ ପୁଣି ଦେଖାଗଲା କରୋନା

କରୋନା ଭାଇରସକୁ ନେଇ ପୁଣିଥରେ ଚିନ୍ତାରେ ପଡ଼ିଯାଇଛି ଚୀନ । ସୂଚନା ଅନୁଯାୟୀ ଚୀନରେ ଠିକ୍ ହୋଇଯାଇଥିବା ଲୋକମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଲୋକଙ୍କ ଠାରେ ପୁଣିଥରେ କରୋନାର ଲକ୍ଷଣ ଦେଖିବାକୁ ମିଳିଛି । ତେବେ ଯାଞ୍ଚ ପରେ ପୁଣିଥରେ ଏମାନେ କରୋନା ପଜେଟିଭ ବୋଲି ଜଣାପଡିଛି । ଚୀନରେ ପୁଣିଥରେ କରୋନାର ପ୍ରକୋପ ଦେଖିବାକୁ ମିଳିପାରେ ବୋଲି ବିଶେଷଜ୍ଞ ମାନେ ଆଶଙ୍କା କରୁଛନ୍ତି ।

କରୋନା ଭାଇରସର ଜନ୍ମସ୍ଥଳୀ ଚୀନର ହୁୱାଇ ପ୍ରାନ୍ତରେ ଦିର୍ଘ ଦୁଇମାସ ଧରି ରହିଥିବା ଲକ୍ ଡାଉନ୍ ହଟାଯିବା ପରେ ଲକ୍ଷ ଲକ୍ଷ ଲୋକ ଏବେ ଘରକୁ ଫେରିବା ପାଇଁ ଚିନ୍ତା କରୁଛନ୍ତି । ଏପରିସ୍ଥଳେ ବୁହାନର ଏକ ହସ୍ପିଟାଲରେ ଡାକ୍ତରଙ୍କ କହିବା ଅନୁଯାୟୀ ୧୪୭ ଜଣ ଲୋକଙ୍କ ମଧ୍ୟରେ ୫ ଜଣଙ୍କ ଠାରେ ପୁଣିଥରେ କରୋନା ପଜେଟିଭ ଦେଖିବାକୁ ମିଳିଛି । ତେବେ ଏହା ଉପରେ କିଛି ଅଧିକାରୀମାନେ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଏହି ଲୋକମାନଙ୍କର ଠିକ୍ ଭାବେ ଯାଞ୍ଚ କରାଯାଇ ନାହିଁ ।

ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଅନୁଯାୟୀ ସେଠାରେ ସମୁଦାୟ ୮୧୨୮୫ ଟି ମାମଲା ଦେଖାଯାଇଥିବା ବେଳେ ୩୨୮୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୭୪୦୫୧ ଜଣ ଲୋକ ସୁସ୍ଥ ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.