Below header

କେବେ ଖାଇଛନ୍ତି କି ଟମାଟୋ ପରଟା..? ତାହେଲେ ଆଜି ହିଁ ବନାନ୍ତୁ ସ୍ୱାଦରେ ଭରା ଏହି ବ୍ରେକଫାଷ୍ଟ

ଆବଶ୍ୟକୀୟ ସମାଗ୍ରୀ

  • ଅଟା ୨ କପ୍
  • ଟମାଟୋ ୪ ଟି
  • ପିଆଜ ୨ ଟି
  • ଅଦା ଅଳ୍ପ
  • କଞ୍ଚାଲଙ୍କା
  • ଜୀରା
  • ହେଙ୍ଗୁ
  • ଲଙ୍କାଗୁଣ୍ଡ
  • ତେଲ
  • ଘିଅ
  • ସ୍ଵାଦ ଅନୁସାରେ ଲୁଣ

Tomato Paratha | YourHungerStop

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପ୍ୟାନ ବସାଇ ସେଥିରେ ଅଳ୍ପ ତେଲ ଗରମ୍ କର । ତାପରେ ସେଥିରେ ଜିରା ଓ ହେଙ୍ଗୁ ପକାଇ ଦିଅନ୍ତୁ । ଜିରା ଫୁଟିଗଲା ପରେ ସେଥିରେ ପିଆଜ, କଞ୍ଚାଲଙ୍କା ଓ ଅଦା କାଟି ପକାଇ ଦିଅନ୍ତୁ । ଏହା ଟିକିଏ ଭାଜି ହୋଇଗଲା ପରେ ସେଥିରେ ଟମାଟୋ ପକାଇ ଭଲଭାବେ ଭାଜନ୍ତୁ । ସେଥିରେ ସ୍ଵାଦ ଅନୁସାରେ ଲୁଣ ପକାଇ ଦିଅନ୍ତୁ । ଆପଣ ଚାହିଁଲେ ସେଥିରେ ଆମଚୁର୍ ପାଉଡର ମଧ୍ଯ ପକାଇ ପାରିବେ । ଟମାଟୋ ଭଲଭାବେ ଭାଜି ହୋଇଗଲା ପରେ ଏହାକୁ ଏକ ପାତ୍ରରେ କାଢି ଥଣ୍ଡା କରିଦିଅନ୍ତୁ । ବର୍ତ୍ତମାନ୍ ଥଣ୍ଡା ହୋଇଯାଇଥିବା ଟମାଟୋରେ ଅଟା ପକାଇ ଚକଟି ଦିଅନ୍ତୁ । ଯଦି ବେଶୀ ଶୁଖିଲା ହୋଇଯାଇଥାଏ ତାହେଲେ ଆପଣ ଏଥିରେ ଅଳ୍ପ ପାଣି ମଧ୍ଯ ଦେଇପାରିବେ । ଅଟାକୁ ଚକଟିଲା ବେଳେ ସେଥିରେ ଅଳ୍ପ ଘିଅ ଦେଇ ଚକଟନ୍ତୁ ଯାହାଦ୍ୱାରା ଆପଣଙ୍କ ପରଟା ନରମ ଏବଂ ସ୍ଵାଦିଷ୍ଟ ହେବ । ତେବେ ଏହାକୁ ଭଲଭାବେ ଚକଟିବା ପରେ ୧୦ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖି ଦିଅନ୍ତୁ । ୧୦ ମିନିଟ୍ ପରେ ଏହାକୁ ଛୋଟ ଛୋଟ ଗୁଳା କରି ଅଟାରେ ବେଲି ଦିଅନ୍ତୁ ଏବଂ ଭଲଭାବେ ଘିଅ ଦେଇ ସେକି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟମାଟୋ ପରଟା ଏହାକୁ ଆପଣ ଗରମ୍ ଗରମ୍ ତରକାରୀ ସହିତ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.