Below header

କରୋନାକୁ ନେଇ କାଦୁଅ ଫିଙ୍ଗା ରାଜନୀତିରେ ଲାଗିଛନ୍ତି ଆମେରିକା, ଚୀନ୍‌ ଓ ଋଷିଆ ସମେତ ଅନେକ ଦେଶ

ସାରା ବିଶ୍ୱରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ତା ସହିତ ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହେଉଛି । ଲାଗୁଛି କିଛି ଦିନ ଭିତରେ ଏଇ ଦୁନିଆ ଯେମିତି ପଛେଇ ଯିବ ବେଶ୍‌ କିଛି ବର୍ଷ ତଳକୁ । ତେବେ ଯେଉଁଠି କରୋନା ଭାଇରସ୍‌ ସହ ସମସ୍ତେ ମିଳିମିଶି ଲଢ଼େଇ କରିବାର ବେଳ ଆସିଛଇ ସେଠି କିନ୍ତୁ ବିଶ୍ୱର ବଡ଼ ବଡ଼ ଦେଶ ମଧ୍ୟରେ ଚାଲିଛି କାଦୁଅ ଫିଙ୍ଗାଫିଙ୍ଗି । ପରସ୍ପରକୁ ଦୋଷାରୋପ କରୁଛନ୍ତି ସେମାନେ । ଯେମିତି ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ କରୋନା ପାଇଁ ସିଧାସଳଖ ଚୀନ୍‌କୁ ଦାୟୀ କରି ‘ଚାଇନିଜ୍‌’ ଭାଇରସ୍‌ ବୋଲି କହିଲେ । ତାର ପ୍ରତିବାଦ କଲା ଚୀନ୍‌ । ଏବେ ଚର୍ଚ୍ଚା ହେଉଛି ଋଷିଆ କୁଆଡ଼େ ଏହାକୁ ଆମେରିକାର ଷଡ଼ଯନ୍ତ୍ର ବୋଲି କହିଛି।
ଆମେରିକା ବାରମ୍ବାର କହି ଆସୁଛି ଯେ ଆଜି ଏଭଳି ସ୍ଥିତି ପାଇଁ ସମ୍ପୂର୍ଣ୍ଣ ଭାବେ ଚୀନ୍‌ ଦାୟୀ । ଚୀନ୍‌ ହେଉଛି କରୋନାର ବାପା । ଏମିତିକି ବିଶ୍ୱ ସ୍ୱସ୍ଥ୍ୟ ସହଗଠନ WHO ନିକଟରେ ମଧ୍ୟ ଆମେରିକା ଅଭିଯୋଗ କରିଥିଲା ଯେ କରୋନା ସଂକ୍ରମଣ କଥା ଚୀନ୍‌ ଲୁଚାଇଥିଲା । ତେବେ ଚୀନ୍‌ ସରକାର ଏହାକୁ ଖଣ୍ଡନ କରି କହିଥିଲେ ଯେ ପ୍ରଥମେ ଏହି ଭାଇରସ୍‌ ବିଷୟରେ ଜଣାପଡ଼ିନଥିଲା । କାରଣ ପ୍ରାୟ ୧୫୫୧ ଜଣ କୋଭି୍‌-୧୯ରେ ସଂକ୍ରମିତ ହୋଇଥିଲେ ମଧ୍ୟ ସେମାନଙ୍କ ଠାରେ ଏହାର କିଛି ଲକ୍ଷଣ ଦେଖିବାକୁ ମଳି ନଥିଲା । ତେଣୁ ଆମେ ଯେତେବେଳେ ନିଜେ ଜାଣି ପାରିଲୁ ନାହିଁ ଅନ୍ୟ କାହାକୁ କହିଥାନ୍ତୁ କେମିତି ? ।

CHINAକୁହାଯାଉଛି ଯେ କରୋନା ଭାଇରସ୍‌ ମଣିଷରୁ ମଣିଷକୁ ବ୍ୟାପେ ବୋଲି ଚୀନ୍‌ ଜାଣିଶୁଣି ଲୁଚାଇଥିଲା । ଆମେରିକା ସମେତ ୟୁରୋପର ଅନେକ ଦେଶ ଏକଥାରେ ବିଶ୍ୱାସ କରନ୍ତି । ଗତ ବର୍ଷ ସେପଟେମ୍ବର ମାସରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଚୀନ୍‌ ଏକଥା କାହାକୁ ଜଣାଇନଥିଲା । ଆହୁରି ମଧ୍ୟ ଚୀନ୍‌ ଜୈବିକ ପରମାଣୁ ଅସ୍ତ୍ର ପ୍ରସ୍ତୁତ କଲା ବେଳେ କୌଣସି ଅସାବଧାନତା ଯୋଗୁଁ କରୋନା ଭାଇରସ୍‌ ବ୍ୟାପିଛି ବୋଲି ମଧ୍ୟ ଚର୍ଚ୍ଚା ଚାଲିଥିଲା । ଏମିତିକି ଏହାର ପରୀକ୍ଷା କରୁଥିବା ବୈଜ୍ଞାନିକ ମଧ୍ୟ ସଂକ୍ରମିତ ହେଲେ । ସେ ପରୀକ୍ଷାଗାରରୁ ବାହାରକୁ ଆସିବା ପରେ ଅନ୍ୟମାନଙ୍କୁ କରୋନା ଭାଇରସ୍‌ର ଶିକାର ହେବାକୁ ପଡ଼ିଲା ବୋଲି କଥା ଉଠିଲା । ଯାହା ପରେ ସାରା ବିଶ୍ୱକୁ କବଳିତ କରିଛି ।
ଅନ୍ୟପକ୍ଷରେ ଚୀନ୍‌ବାସୀ ବାଦୁଡ଼ି, ବଜ୍ରକାପ୍ତା, ସାପ ଆଦି ଖାଉଥିବାରୁ ଏହି ରୋଗ ସେମାନଙ୍କ ଠାରୁ ବ୍ୟାପିଛି ବୋଲି ମଧ୍ୟ କୁହାଗଲା । ତେବେ ଏକଥା ଆଦୌ ସତ ନୁହେଁ ବୋଲି ଚୀନ୍‌ ସରକାର କହିଥିଲେ । ସେମାନେ ବି କରୋନାକୁ ପ୍ରଥମେ ବୁଝି ପାରିନଥିଲେ ବୋଲି ସଫେଇ ଦେଇଥିଲେ । ଏମିତିକି ପାଲଟା ଅଭିଯୋଗ କରି ଏସବୁ ଆମେରିକାର ଚାଲ୍‌ ବୋଲଇ ମଧ୍ୟ କହିଥିଲା ଚୀନ୍‌ ।

RUSSIA CHINA

ଚୀନ୍‌ ପରେ ଆମେରିକାକୁ ଋଷିଆର ଟାର୍ଗେଟ୍‌

ସେପଟେ ଚୀନ୍‌ ଉପରେ ଦୋଷାରୋପ ପରେ ଅଚାନକ ଋଷିଆ ପକ୍ଷରୁ ଆମେରିକାକୁ ଟାର୍ଗେଟ୍‌ କରାଗଲା । ଆମେରିକା ହିଁ କରୋନା ଭାଇରସ୍‌କୁ ଛାଡ଼ିଛି ବୋଲି କୁହାଗଲା । ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଆମେରିକା ବିରୋଧୀ ଖବର ଆସିଲା । ଏମିତିକି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ କରୋନା ଭାଇରସ୍‌ ଛାଡ଼ିବାରେ ଆମେରିକାକୁ ସହଯୋଗ କରିଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଲା । କରୋନା ହେଉଛି ଆମେରିକାର ଷଡ଼ଯନ୍ତ୍ର ବୋଲି ରୁଷିଆ ପକ୍ଷରୁ କୁହାଯାଇଥିବା ଚର୍ଚ୍ଚା ଚାଲିଥିଲା । ଅନ୍ୟପକ୍ଷରେ ଆମେରିକା କହିଲା, ଆମକୁ ବଦନାମ କରିବା ପାଇଁ ଋଷିଆ ଏଭଳି ଷଡ଼ଯନ୍ତ୍ର କରିଛି ।
ଅବଶ୍ୟ ଗତ ଶନିବାର ଦିନ ଋଷିଆ ମଧ୍ୟ ଏଭଳି ଅପପ୍ରଚାରକୁ ଖଣ୍ଡନ କରିଛି । ଏହାର ବୈଦେଶିକ ବିଭାଗ ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ ଆମେ ଆମେରିକା ବିରୋଧରେ କରୋନାକୁ ନେଇ କୌଣସି କଥା କହିନାହୁଁ କି ତାକୁ ଦୋଷାରୋପ କରିନାହୁଁ । ସୋସିଆଲ ମିଡିଆରେ କିଏ କଣ ଅଭିଯୋଗ କରୁଛି ସେଥିରେ ଆମର କିଛି ସଂପୃକ୍ତି ନାହିଁ । ସେ ସବୁ ଫେକ୍‌ ନ୍ୟୁଜ୍‌ ବୋଲି ମାରିଆ କହିଛନ୍ତି ।
ଇଏ ହେଉଛି ବିଶ୍ୱରେ ସ୍ଥିତି । ତିନି ଶକ୍ତିଶାଳୀ ଦେଶ ଏକାଠି ମିଶି କରୋନା ବିପକ୍ଷରେ ଲଢ଼ିବା ଛାଡ଼ି ନିଜର ବ୍ୟାବସାୟିକ ଏବଂ ରାଜନୈତିକ ସ୍ୱାର୍ଥ ରକ୍ଷା ପାଇଁ ପରସ୍ପରକୁ ଦୋଷାରୋପ କରୁଛନ୍ତି ।

INDIA

ଭାରତର ଆଭିମୁଖ୍ୟ କିନ୍ତୁ ଭିନ୍ନ

ତେବେ ଏସବୁରୁ ଦୂରେଇ ଭାରତ ନିଜକୁ କରୋନା ମୁକ୍ତ କରିବା ପାଇଁ ଜୋରସୋର ଉଦ୍ୟମ ଚଳାଇଛି । ଯାହା କେହି କରି ନାହାନ୍ତି ତାହା କରିଛନ୍ତି ଭାରତ ସରକାର । ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା ସହିତ ସଚେତନତା ଏବଂ ସହାୟତା ସହ କଠୋର କାର୍ଯ୍ୟାନୁଷ୍ଠାନ ଭଳି ପଦକ୍ଷେପ ନେଇଛି । ଯାହାକୁ ପ୍ରଶଂସା କରିଛି ସାରା ବିଶ୍ୱ । ଅନୁସରଣ ବି କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.