Below header

ଅଯୋଧ୍ୟାରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ, ପୁରୀ ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି ଭିନ୍ନ ଏକ ପରିବେଶ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପୁରୀ ବଡ଼ଦାଣ୍ଡରେ ଭିନ୍ନ ଏକ ପରିବେଶ ଦେଖିବାକୁ ମିଳିଥିଲା । ରାମ , ଲକ୍ଷ୍ମଣ,ସୀତା ଓ ହନୁମାନ ଚରିତ୍ରରେ ଛୋଟ ଛୋଟ ପିଲା ମାନେ ରାମ ଲୀଳା ପରିବେଷଣ କରିଥିଲେ।

ପୁରୀ(କେନ୍ୟୁଜ୍): ଅଯୋଧ୍ୟାରେ ସମ୍ପନ୍ନ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହା ସହିତ ରାମଲାଲାଙ୍କର ପ୍ରଥମ ସମ୍ପୂର୍ଣ୍ଣ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ପ୍ରଭୁ ଶ୍ରୀରାମ ପୀତାମ୍ବର ବସ୍ତ୍ର, ସ୍ୱର୍ଣ୍ଣ ଆଭୂଷଣ ଏବଂ ହାତରେ ସୁନାର ଧନୁତୀର ଧରି ଦର୍ଶନ ଦେଇଛନ୍ତି ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ୧୨ଟା ୩୦ରୁ ୧ଟା ମଧ୍ୟରେ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତରେ କରାଯାଇଛି । ଏହା ପୂର୍ବରୁ ପ୍ରାଣ ପ୍ରତିଷ୍ଠା ସହ ଜଡ଼ିତ ଅନୁଷ୍ଠାନ ହୋଇଥିଲା । ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କ ମୂର୍ତ୍ତିର ଆଖିରୁ ପଟ୍ଟି ଖୋଲାଯାଇଥିଲା ଏବଂ ଏହାପରେ ବିଧି ବିଧାନର ସହ ପୂଜାର୍ଚ୍ଚନା କରାଯାଇଥିଲା ।

ରାମଲାଲାଙ୍କ ଅଣ୍ଟାରେ ରହିଛି କମରଧନୀ । ତାଙ୍କ ଗଳାରେ ଶୋଭା ପାଉଛି ସୁନାର ହାର, ଯେଉଁଥିରେ ଖଚିତ ହୋଇଛି ରତ୍ନ । ରାମଲାଲା ହାତରେ ସୁନାର ଧନୁତୀର ଧରିଛନ୍ତି । ସେପଟେ ପ୍ରଭୁଙ୍କ ମୁକୁଟରେ ନବରତ୍ନ ଖଚିତ ହୋଇଛି । ଭଗବାନ ରାମଙ୍କ ସହିତ ସ୍ଥାପିତ ପ୍ରଭୁ ହନୁମାନ ଓ ଗରୁଡ଼ ମଧ୍ୟ ମୋତିର ମାଳ ପିନ୍ଧିଛନ୍ତି ।

ତେବେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପୁରୀ ବଡ଼ଦାଣ୍ଡରେ ଭିନ୍ନ ଏକ ପରିବେଶ ଦେଖିବାକୁ ମିଳିଥିଲା । ରାମ , ଲକ୍ଷ୍ମଣ,ସୀତା ଓ ହନୁମାନ ଚରିତ୍ରରେ ଛୋଟ ଛୋଟ ପିଲା ମାନେ ରାମ ଲୀଳା ପରିବେଷଣ କରିଥିଲେ ।ଏହା ପୂର୍ବରୁ ଏହି ବେଶ ଧାରୀଙ୍କ ଗହଣରେ ଏକ ପଦଯାତ୍ରା ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ପରିକ୍ରମା କରିଥିଲା । ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବଡ଼ଦାଣ୍ଡରେ ରାମ ଲକ୍ଷ୍ମଣ ବେଶ୍ ଧାରୀଙ୍କ ଗୀତି ନାଟ୍ୟ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା ।ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଜୟ ସୀତା ରାମ ଧ୍ୱନି ଦେବା ସହ ପିଲାଙ୍କୁ ଉତ୍ସାହିତ କରିଥିଲେ।

ଆଜି ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ । ଦର୍ଶନ ଦେଇଛନ୍ତି ପ୍ରଭୁ ଶ୍ରୀରାମ । ଶେଷରେ ଅଯୋଧ୍ୟାରେ ସମ୍ପନ୍ନ ହୋଇସାରିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଯାହାକୁ ନେଇ ଉତ୍ସବ ମୁଖର ସାରା ଦେଶ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.